କୋରାପୁଟରୁ ୯୭ କରୋନା ପଜିଟିଭ୍ ଚିହ୍ନଟ

କୋରାପୁଟ,ଏନ୍ଏନ୍ଏସ୍ : କୋରାପୁଟ ଜିଲ୍ଲାରେ ୯୭ଜଣ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଫଳରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧,୪୮୩ରେ ପହଂଚିଥିବା ନେଇ ଜିଲ୍ଲାପାଳ ମଧୁସୂଦନ ମିଶ୍ର ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।
ଆଜି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ କୋରାପୁଟ ପୌରାଞ୍ଚଳରୁ ୨୨, ସୁନାବେଡ଼ା ପୌରାଞ୍ଚଳରୁ ୨, ଜୟପୁର ପୌରାଞ୍ଚଳରୁ ୩, ବନ୍ଧୁଗାଁ ବ୍ଲକରୁ ୧୭, ବୋରିଗୁମ୍ମାରୁ ୫, ଦଶମନ୍ତପୁରରୁ ୬, ଜୟପୁର ବ୍ଲକରୁ ୮ଜଣ ରହିିଛନ୍ତି। ସେହିପରି କୋରାପୁଟ ବ୍ଲକରୁ ୮, କୋଟପାଡ଼ ବ୍ଲକରୁ ୬, ନନ୍ଦପୁରରୁ ଜଣେ, ନାରାୟଣପାଟଣାରୁ ୬, ପଟ୍ଟାଙ୍ଗୀ ବ୍ଲକ୍ରୁ ୨, ଲକ୍ଷ୍ମୀପୁରରୁ ୬, ସେମଲିଗୁଡ଼ା ବ୍ଲକରୁ ୫ଜଣ କରୋନାରେ ସଂକ୍ରମିତ ହୋଇଛନ୍ତି। ସମ୍ପୃକ୍ତ ଆକ୍ରାନ୍ତଙ୍କ ମଧ୍ୟରୁ ପୂର୍ବ ଆକ୍ରାନ୍ତଙ୍କ ସଂସ୍ପର୍ଷରେ ଆସି ୫୪ଜଣ ସଂକ୍ରମିତ ହୋଇଥିବାବେଳେ ଟିଏମସି କେନ୍ଦ୍ରରୁ ୪ଜଣ ଓ ହୋମ୍ କ୍ୱାରେଣ୍ଟାଇନରୁ ୩୯ଜଣ ରହିଛନ୍ତି।
ସୂଚନାଯୋଗ୍ୟ, ଜିଲ୍ଲାରେ ଦୈନିକ ଟେଷ୍ଟିଂ ସଂଖ୍ୟା ବୃଦ୍ଧି କରାଯାଉଥିବାରୁ ପଜିଟିଭ୍ ସଂଖ୍ୟା ବଢ଼ିଥିଲେ ମଧ୍ୟ ଟେଷ୍ଟିଂ ସଂଖ୍ୟା ଅନୁପାତରେ ପଜିଟିଭ୍ ସଂଖ୍ୟା ବହୁତ କମ୍ ରହିଛି। ତେଣୁ ଲୋକେ ଭୟଭୀତ ହେବାର କୌଣସି କାରଣ ନାହିଁ ବୋଲି ଜିଲ୍ଲାପାଳ ପ୍ରକାଶ କରିଛନ୍ତି।