ବଲାଙ୍ଗିରରୁ ୨୭ କରୋନା ଆକ୍ରାନ୍ତ ଚିହ୍ନଟ

ବଲାଙ୍ଗିର,ଏନ୍ଏନ୍ଏସ୍: ବଲାଙ୍ଗିର ଜିଲ୍ଲାରେ ୨୭ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ ବଲାଙ୍ଗିର ପୌରାଞ୍ଚଳରୁ ୧୭ ଓ ଗ୍ରାମାଞ୍ଚଳରୁ ୧୦ ଜଣ ରହିଛନ୍ତି। ବଲାଙ୍ଗିର ସହରର ଶାନ୍ତିପଡ଼ା ଓ ଚିମିନିଭାଟିରୁ ୨ଜଣ, ଲାଲଟିକ୍ରା, ରିଜର୍ଭ ପୁଲିସ କଲୋନୀ, ରାଜେନ୍ଦ୍ରପଡ଼ା, ଲକ୍ଷ୍ମୀନଗରପଡ଼ା, ବରପାଲିପଡ଼ା, ବିବିଏମସିଏଚ, ମେଘନାଥପଡ଼ା, ବେହେରାପାଲି, କଲେଜ ଛକ, ହାତୀଶାଲପଡ଼ା ଓ ମାଲପଡ଼ାରୁ ଜଣେ ଲେଖାଏଁ ରହିଛନ୍ତି । ସେହିପରି ଗ୍ରାମାଞ୍ଚଳର ଗୁଡ଼ଭେଲା ବ୍ଲକ ସମରା, ଲୋଇସିଂହା ବ୍ଲକ ସିଆନିମୁଣ୍ଡା, ଲୋଇସିଂହା ବ୍ଲକ ସିଙ୍ଗାଣିମୁଣ୍ଡା, ବେଲପଡ଼ା ବ୍ଲକ ବାଲିଖମାର, ଟିଟିଲାଗଡ଼ ବ୍ଲକ ଖୋଲାନ୍ ଜାମପଡ଼ା, ପୁଇଁନ୍ତଲା ବ୍ଲକ ଆଠଗାଁ, ପାଟଣାଗଡ଼ ବ୍ଲକ ସାଲେପାଲି ଓ ଖପ୍ରାଖୋଲ ବ୍ଲକ୍ ଧଣ୍ଡାମାଲରୁ ଜଣେ ଲେଖାଏଁ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥିସହ ବଲାଙ୍ଗିର ବ୍ଲକରୁ ୨ଜଣ ଆକ୍ରାନ୍ତ ରହିଥିବା ନେଇ ସୂଚନା ଦିଆଯାଇଛି ।

ସୂଚନାଯୋଗ୍ୟ, ଜିଲ୍ଲାରେ ବର୍ତ୍ତମାନ ସୁଦ୍ଧା ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୭୮୧ରେ ପହଂଚିଛି। ସେଥିମଧ୍ୟରୁ ୩୩୬ ଜଣ ଚିକିତ୍ସିତ ହେଉଛନ୍ତି ଓ ୪୪୫ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।