କୋରାପୁଟରୁ ୯୧ କରୋନା ପଜିଟିଭ୍ ଚିହ୍ନଟ

କୋରାପୁଟ,ଏନ୍ଏନ୍ଏସ୍: କୋରାପୁଟ ଜିଲ୍ଲାରେ ୯୧ଜଣ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଫଳରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୯୮୫ରେ ପହଞ୍ଚିଥିବା ନେଇ ଜିଲ୍ଲାପାଳ ମଧୁସୂଦନ ମିଶ୍ର ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।

ଆଜି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ଟିଏମସି କେନ୍ଦ୍ରରୁ ୬ଜଣ, ହୋମ୍ କ୍ୱାରେଣ୍ଟାଇନରୁ ୩୧ଜଣ ଓ ପୂର୍ବ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସି ୫୪ଜଣ ରହିଛନ୍ତି। ସମ୍ପୃକ୍ତ ଆକ୍ରାନ୍ତଙ୍କ ମଧ୍ୟରେ କୋରାପୁଟ ପୌରାଞ୍ଚଳରୁ ୧୨, ଜୟପୁର ପୌରାଞ୍ଚଳରୁ ୨୫ ଓ ସୁନାବେଡ଼ା ପୌରାଞ୍ଚଳରୁ ୧୬, କୋଟପାଡ଼ ଏନଏସିର ମାଙ୍ଗାଲି ସାହି, ବଣ୍ଡାଗୁଡ଼ା ଓ ଭବୋରିଗୁମ୍ମା ବ୍ଲକରୁ ୨ଜଣ ଲେଖାଏଁ, ବନ୍ଧୁଗାଁ ବ୍ଲକରୁ ୯, ବୈପାରିଗୁଡାରୁ ୩ଜଣ ରହିଛନ୍ତି। ସେହିପରି ନାରାୟଣପାଟଣାରୁ ୬, କୋରାପୁଟ ବ୍ଲକରୁ ୫, ପଟ୍ଟାଙ୍ଗି, ଦଶମନ୍ତପୁର, କୋଟପାଡ଼, ସେମିଲିଗୁଡ଼ା ଓ ଲକ୍ଷ୍ମୀପୁର ବ୍ଲକର ଚମ୍ପିରୁ ଜଣେ ଲେଖାଏଁ କରୋନାରେ ସଂକ୍ରମିତ ହୋଇଥିବା ଜଣାପଡ଼ିଛି।