ହାଇଦ୍ରାବାଦରେ ପ୍ରବଳ ବର୍ଷା , ୧୧ ମୃତ

ହାଇଦ୍ରାବାଦ, ଏଜେନ୍ସି: ହାଇଦ୍ରାବଦରେ ପ୍ରବଳ ବର୍ଷା ଯୋଗୁଁ ବର୍ତ୍ତମାନ ସୁଦ୍ଧା ୧୧ଜଣଙ୍କର ମୃତ୍ୟୁ ହୋଇସାରିଛି। ଏଥିମଧ୍ୟରୁ ପାଚେରି ଭୁଶୁଡି ୯ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ହସ୍ତଗତ ହୋଇଛି।  ମୃତକଙ୍କ ମଧ୍ୟରେ ତିନି ଜଣ ଛୋଟ ଛୁଆ ରହିଛନ୍ତି। ପାଖାପାଖି ୧୦ଟି ଘର ପ୍ରବଳ ବର୍ଷାରେ ଭାଙ୍ଗିଯାଇଥିବା ସୂଚନା ରହିଛି।

ଏଆଇଏମ୍ଆଇଏମ୍ ସଭାପତି ତଥା ହାଇଦ୍ରାବାଦ ସାଂସଦ ଅସଦୁଦ୍ଦିନ ଓବେସୀ ଟୁଇଟ୍ କରି କହିଛନ୍ତି ଯେ, ସେ ବାନ୍ଦଲଗୁଡାର ମହମ୍ମଦିଆ ହିଲ୍ସର ଗୋଟିଏ ଜାଗାରେ ବର୍ଷା ଜନିତ କ୍ଷୟକ୍ଷତିର ଯାଞ୍ଚ କରୁଥିଲେ। ସେଠାରେ ଗୋଟିଏ ଘରର ପାଚେରୀ ଭୁଶୁଡିପଡିଥିଲା। ଏଥିରେ ନଅ ଜଣଙ୍କର ମୃତ୍ୟୁ ଘଟିଥିଲା ଏବଂ ଦୁଇଜଣ ଆହତ ହୋଇଥିଲେ। ପୁଣି ବର୍ଷା ଆଶଙ୍କା ଥିବାରୁ ହାଇଦ୍ରାବାଦ ସମେତ ପୂରା ତେଲେଙ୍ଗାନାକୁ ରେଡ ଆଲର୍ଟ ଜାରି କରାଯାଇଛି। ତେଲେଙ୍ଗାନା ମୁଖ୍ୟ ସଚିବ ସୋମେଶ କୁମାର କହିଛନ୍ତି ସୁବ ଜିଲ୍ଲାକୁ ପ୍ରଶାସନ ଆଲର୍ଟ କରିଛି। ହାଇଦ୍ରାବାଦରେ ୨୪ ଘଣ୍ଟାରେ ୨୦ ସେଣ୍ଟିମିଟର ବର୍ଷା ରେକର୍ଡ କରାଯାଇଛି।