ଆଜି ରାଜ୍ୟରେ ୨୬୦୪ ଆକ୍ରାନ୍ତ ଚିହ୍ନଟ, ୧୫ ମୃତ

ଭୁବନେଶ୍ୱର, ଏନ୍ଏନ୍ଏସ୍: ରାଜ୍ୟରେ ଗତ ୨୪ଘଣ୍ଟା ୨୬୦୪ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥିମଧ୍ୟରୁ ୧୫୧୧ଜଣ କ୍ୱାରେଣ୍ଟାଇନରୁ ଚିହ୍ନଟ ହୋଇଥିବାବେଳେ ୧୦୯୩ଜଣ ସ୍ଥାନୀୟ ବ୍ୟକ୍ତି ଚିହ୍ନଟ ହୋଇଛନ୍ତି। ଆଜିର ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୨୫୯୫୪୧କୁ ବୃଦ୍ଧି ପାଇଛି।

 

ଅନୁଗୁଳ ଜିଲ୍ଲାରୁ ୨୧୬, ବାଲେଶ୍ୱରରୁ ୧୬୪, ବରଗଡରୁ ୯୦, ଭଦ୍ରକରୁ ୫୦, ବାଲଙ୍ଗିରରୁ ୬୪, ବୌଦ୍ଧରୁ ୩୧, କଟକରୁ ୨୦୯, ଦେବଗଡରୁ ୧୩, ଢେଙ୍କାନାଳରୁ ୩୩, ଗଜପତିରୁ ୮, ଗଞ୍ଜାମରୁ ୨୯, ଜଗତସିଂହପୁରରୁ ୮୪, ଯାଜପୁରରୁ ୧୧୩, ଝାରସୁଗୁଡାରୁ ୫୭, କଳାହାଣ୍ଡିରୁ ୭୬, କନ୍ଧମାଳରୁ ୩୮, କେନ୍ଦ୍ରାପଡାରୁ ୭୦, କେନ୍ଦୁଝରରୁ ୫୧, ଖୋର୍ଦ୍ଧାରୁ ୩୮୫, କୋରାପୁଟରୁ ୩୧, ମାଲକାନଗିରିରୁ ୫୭, ମୟୂରଭଞ୍ଜରୁ ୧୨୨, ନବରଙ୍ଗପୁରରୁ ୬୦, ନୟାଗଡରୁ ୩୫, ନୂଆପଡାରୁ ୯୫, ପୁରୀରୁ ୪୯, ରାୟଗଡାରୁ ୨୧,ସମ୍ବଲପୁରରୁ ୪୯, ସୋନପୁରରୁ ୪୪, ସୁନ୍ଦରଗଡରୁ ୧୮୬, ଷ୍ଟେଟପୋଲରୁ ୭୪ ଜଣ ଚିହ୍ନଟ ହୋଇଛନ୍ତି।

ସେହିପରି ରାଜ୍ୟରେ ଆଜି ୧୫ଜଣଙ୍କର କରୋନୀ ଜନିତ ମୃତ୍ୟୁ ହୋଇଛି। ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୧୦୭୨କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ୱିଟ୍ ଯୋଗେ ସୂଚନା ଦିଆଯାଇଛି ।