ମିଶୋ ପ୍ଲାଟଫର୍ମରେ ଯୋଡ଼ିହେଲେ ୯ ନିୟୁତ ମହିଳା ଉଦ୍ୟୋଗୀ

ଭୁବନେଶ୍ୱର,ଏନ୍‌ଏନ୍‌ଏସ୍‌: ଭାରତର ଦ୍ରୁତ ଅଭିବୃଦ୍ଧିଶୀଳ ଇ-କମର୍ସ ପ୍ଲାଟଫର୍ମ ମିଶୋରେ ୯ ନିୟୁତ ମହିଳା ଉଦ୍ୟୋଗୀ ଯୋଡ଼ି ହୋଇଛନ୍ତି। କମ୍ପାନୀର ରିସେଲିଂ ବ୍ୟବସାୟ ମଡେଲ୍ ଜରିଆରେ ସେମାନଙ୍କୁ ଆର୍ଥିକ ସ୍ୱାଧୀନତା ପ୍ରଦାନ କରାଯାଉଥିବା ବେଳେ ୨୦୨୧ରେ କମ୍ପାନୀର ପ୍ଲାଟଫର୍ମରେ ମହିଳା ଉଦ୍ୟୋଗୀ ଯୋଡ଼ି ହେବାରେ ବାର୍ଷିକ ଭିତ୍ତିରେ ଅଢ଼େଇ ଗୁଣା ବୃଦ୍ଧି ଘଟିଛି।

ମେଶୋ ଉଦ୍ୟୋଗୀମାନେ ଇଣ୍ଟର୍‌ନେଟ୍ ବ୍ୟବହାର କରୁନଥିବା ତଥା ମୂଲ୍ୟ ସଚେତନ ଗ୍ରାହକଙ୍କୁ ସୁଲଭ ମୂଲ୍ୟରେ ଉତ୍ପାଦ ଯୋଗାଇ ଦେଉଛନ୍ତି। ମିଶୋର ପ୍ରତିଷ୍ଠାତା ଓ ସିଇଓ ବିଦିତ ଆତ୍ରେ କହିଛନ୍ତି ଯେ, “ମିଶୋ ସାମାଜିକ ଅର୍ଥନୈତିକ ସମାନତାକୁ ବଢ଼ାଇବା ସହ ଦୁର୍ଗମ ଅଞ୍ଚଳର ଅଧିକରୁ ଅଧିକ ମହିଳାଙ୍କୁ ଆର୍ଥିକ ଭାବେ ସ୍ୱାଧୀନ କରୁଛି ଏବଂ ଦେଶର ଦୂରଦୂରାନ୍ତ ଅଞ୍ଚଳରେ ସୁଲଭ ଓ ଗୁଣାତ୍ମକ ଉତ୍ପାଦ ପହଞ୍ଚାଉଛି।