ସର୍ଭେ ରିପୋର୍ଟ: ଦିଲ୍ଲୀ ଆଇଆଇଟିର ୮୫୭ ଛାତ୍ର କରୋନା ସଂକ୍ରମିତ

ନୂଆଦିଲ୍ଲୀ, ଏଜେନ୍ସି: ବିଗତ ଦୁଇମାସ ମଧ୍ୟରେ ଦିଲ୍ଲୀ ଆଇଆଇଟିର ୮୫୭ ଛାତ୍ରଛାତ୍ରୀ କରୋନାରେ ସଂକ୍ରମିତ ହୋଇଛନ୍ତି। ମାର୍ଚ୍ଚ ଓ ଏପ୍ରିଲ ମଧ୍ୟରେ ଏମାନେ ସଂକ୍ରମିତ ହୋଇଥିବା ଏକ ଅନଲାଇନ ସର୍ଭେରୁ ଜଣାପଡିଛି। ୩୯୧୦ ଜଣ ଛାତ୍ରଛାତ୍ରୀଙ୍କୁ ସର୍ଭେରେ ସାମିଲ କରାଯାଇଥିଲା। ଏହାକୁ ଦୃଷ୍ଟିରେ ରଖି ଆଇଆଇଟି କର୍ତ୍ତୃୃପକ୍ଷ ଛାତ୍ରଛାତ୍ରୀଙ୍କ ପାଇଁ କେତେକ ପ୍ରସଙ୍ଗରେ କୋହଳ ନୀତି ଅବଲମ୍ବନ କରିବାକୁ ଘୋଷଣା କରିଛନ୍ତି। ଛାତ୍ରଛାତ୍ରୀଙ୍କ ଉପସ୍ଥାନକୁ କୋହଳ କରାଯାଇଥିବାବେଳେ ଦୈୟ ପୈଠ ତାରିଖକୁ ମଧ୍ୟ ଘୁଞ୍ଚାଇ ଦିଆଯାଇଛି। ୧୦ ପ୍ରତିଶତ ଛାତ୍ର ଆଗାମୀ ସେମିଷ୍ଟର ପରୀକ୍ଷାକୁ ବର୍ଜନ କରିବାକୁ ନିଷ୍ପତ୍ତି ନେଇଥିବାବେଳେ ୬୧ ପ୍ରତିଶତ ଛାତ୍ର ସେମିଷ୍ଟର ଘୁଞ୍ଚାଇବାକୁ ଦାବି କରିଛନ୍ତି। ବର୍ତ୍ତମାନ ଦିଲ୍ଲୀ ଆଇଆଇଟିରେ ୧୦,୦୦୦ରୁ ଊଦ୍ଧ୍ୱର୍ ଛାତ୍ରଛାତ୍ରୀ ବିଭିନ୍ନ ପାଠ୍ୟକ୍ରମରେ ଅଧ୍ୟୟନରତ ଥିବା ଜଣାପଡିଛି।