ମହିଳାଙ୍କ ଆତ୍ମହତ୍ୟା ଘଟଣା: ୩ ଗିରଫ

କୋରାପୁଟ,ଏନ୍ଏନ୍ଏସ୍: ସୁନାବେଡା ହାଲ ଅଞ୍ଚଳରେ ମାନସିକ ଚାପଗ୍ରସ୍ତ ଯୋଗୁଁ ଜଣେ ମହିଳା ଆତ୍ମହତ୍ୟା କରିବା ଘଟଣାରେ ପୁଲିସ୍ ୩ଜଣକୁ ଗିରଫ କରି କୋର୍ଟର୍ ଚାଲାଣ କରିଛି। ଗିରଫ ବ୍ୟକ୍ତିମାନେ ହେଲେ ସୁନାବେଡା ହାଲ୍ କର୍ମଚାରୀ ପ୍ରଶାନ୍ତ କୁମାର ଲେଙ୍କା, ହରେକୃଷ୍ଣ ନାୟକ ଏବଂ ତେଜରାତି ଦୋକାନୀ ଶିଶିର କୁମାର ଲାଲା। ସୂଚନା ଥାଉକି, ହାଲର ପୂର୍ବତନ କର୍ମର୍ଚାରୀ ସ୍ୱର୍ଗତ ଆନନ୍ଦ ମଣ୍ଡଳଙ୍କ ପତ୍ନୀ ଶ୍ରାବଣୀ ମଲ୍ଲିକ ଅତ୍ୟଧିକ ମାନସିକ ଚାପଗ୍ରସ୍ତ ହୋଇ ଗତ ୨୬ତାରିଖରେ ଆତ୍ମହତ୍ୟା କରିଥିଲେ। ଶ୍ରାବଣୀ କିଛି ବର୍ଷ ପୂର୍ବେ ସ୍ୱର୍ଗତ ଆନନ୍ଦ ମଣ୍ଡଳଙ୍କୁ ପ୍ରେମ ବିବାହ କରିଥିଲେ। ଉଭୟଙ୍କ ବିବାହକୁ ଆନନ୍ଦଙ୍କ ପରିବାର ଗ୍ରହଣ କରିନଥିଲେ। ଆନନ୍ଦ ମଣ୍ଡଳ ଓ କିଛି ହାଲ୍ କର୍ମର୍ଚାରୀଙ୍କ ମଧ୍ୟରେ ଟଙ୍କା ନେଣଦେଣ କାରବାର ଚାଲିଥିଲାବେଳେ ଗତ ଫେବୃଆରୀ ୯ତାରିଖରେ ଆନନ୍ଦଙ୍କର ମୃତ୍ୟୁ ହୋଇଥିଲା। ତାଙ୍କ ମୃତ୍ୟୁ ପରେ ହାଲର କେତେକ କର୍ମଚାରୀ ଶ୍ରାବଣିକୁ ଟଙ୍କା ପାଇଁ ବାରମ୍ବାର ମାନସିକ ଚାପ ଦେଉଥିଲେ ବୋଲି ଶ୍ରାବଣୀ ରେକର୍ଡିଂ କରିଥିବା ଭିଡିଓରେ ଦର୍ଶାଇବା ସହ ସୁଶାନ୍ତ ପାଢୀ, ଶିଶିର ଲାଲାଙ୍କ ସମେତ ଅନ୍ୟ କେତେକଙ୍କ ନାଁ ନେଇଥିଲେ ଏବଂ ଆତ୍ମହତ୍ୟା କରିବା ପୂର୍ବରୁ ଶ୍ରାବଣୀ ଏକ ଭିଡିଓ ଜଣେ ସମ୍ପର୍କୀୟଙ୍କ ନିକଟକୁ ପଠାଇ ଥିଲେ। ତାଙ୍କ ମୃତ୍ୟୁ ପାଇଁ ଶ୍ରାବଣୀ ତାଙ୍କ ଶ୍ୱଶୁର ଘର ଲୋକ ଓ ଉପରୋକ୍ତ ବ୍ୟକ୍ତିଙ୍କ ନାଁ ନେଇ ସେମାନଙ୍କୁ ଦାୟି କରିଥିଲେ। ସୁନାବେଡା ପୁଲିସ୍ ଏକ ଅପମୃତ୍ୟୁ ମାମଲା କରି ରୁଜୁ ତଦନ୍ତ ଆରମ୍ଭ କରିଥିଲା। ପୁଲିସ୍ ଶୁକ୍ରବାର ପ୍ରଶାନ୍ତ କୁମାର ଲେଙ୍କା, ହରେକୃଷ୍ଣ ନାୟକ ଏବଂ ତେଜରାତି ଦୋକାନୀ ଶିଶିର କୁମାର ଲାଲାକୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଥାନା ଅଧିକାରୀ ଭୀମସେନ ନାୟକ ସୂଚନା ଦେଇଛନ୍ତି।