ଏହି ରାଜ୍ୟରେ ୨୦୦ ଗ୍ରାମ ସିଲ୍

ଭୋପାଳ,ଏଜେନ୍ସି: ମଧ୍ୟପ୍ରଦେଶରେ କୋଭିଡ୍ ପରିସ୍ଥିତି ସାଂଘାତିକ ରୂପ ଧାରଣ କରୁଥିବାରୁ ପ୍ରାୟ ୨୦୦ ଗ୍ରାମର ସୀମାକୁ ସିଲ୍ କରାଯାଇଛି। ବୁନ୍ଦେଲଖଣ୍ଡ ଓ ମାଲୱା ଅଞ୍ଚଳରେ ଅବସ୍ଥିତ ଏହି ଗ୍ରାମଗୁଡିକୁ ପ୍ରବାସୀ ଶ୍ରମିକମାନେ ବହୁସଂଖ୍ୟାରେ ପ୍ରତ୍ୟାବର୍ତ୍ତନ କରୁଥିବାରୁ ଦୈନିକ ସଂକ୍ରମଣ ବୃଦ୍ଧିି ପାଇବାରେ ଲାଗିଛି। ତେଣୁ ଏହାକୁ ନିୟନ୍ତ୍ରଣ କରିବାକୁ ପଞ୍ଚାୟତ ସମିତି ଅଧ୍ୟକ୍ଷମାନେ ଗ୍ରାମର ସୀମାକୁ ସିଲ୍ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଗତବର୍ଷ ସେପ୍ଟେମ୍ବରରେ ଗ୍ରାମାଞ୍ଚଳରେ ସଂକ୍ରମଣ ହାର ମାତ୍ର ୫ ପ୍ରତିଶତ ଥିବାବେଳେ ବର୍ତ୍ତମାନ ଏହା ୨୦ ପ୍ରତିଶତକୁ ବୃଦ୍ଧି ପାଇଛି।