Notice: Function _load_textdomain_just_in_time was called incorrectly. Translation loading for the really-simple-ssl domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131

Notice: Function _load_textdomain_just_in_time was called incorrectly. Translation loading for the publisher domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131
ତାପଜ ବିଦ୍ୟୁତ୍ କେନ୍ଦ୍ରର ତୃତୀୟ ପର୍ଯ୍ୟାୟ ସଂପ୍ରସାରଣକୁ ତ୍ୱରାନ୍ୱିତ କରାଯିବା ନେଇ କେନ୍ଦ୍ର ଶକ୍ତିମନ୍ତ୍ରୀଙ୍କ ପ୍ରତିଶ୍ରୁତି – ଧର୍ମେନ୍ଦ୍ର ପ୍ରଧାନ – Nitidin
Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

ତାପଜ ବିଦ୍ୟୁତ୍ କେନ୍ଦ୍ରର ତୃତୀୟ ପର୍ଯ୍ୟାୟ ସଂପ୍ରସାରଣକୁ ତ୍ୱରାନ୍ୱିତ କରାଯିବା ନେଇ କେନ୍ଦ୍ର ଶକ୍ତିମନ୍ତ୍ରୀଙ୍କ ପ୍ରତିଶ୍ରୁତି – ଧର୍ମେନ୍ଦ୍ର ପ୍ରଧାନ

ନୂଆଦିଲ୍ଲୀ/ଭୁବନେଶ୍ୱର, ମାର୍ଚ୍ଚ ୨୫ – ତାଳଚେର ତାପଜ ବିଦ୍ୟୁତ୍ କେନ୍ଦ୍ର(ଟିଟିପିଏସ)ର ତୃତୀୟ ପର୍ଯ୍ୟାୟ ସଂପ୍ରସାରଣକୁ ତ୍ୱରାନ୍ୱିତ କରାଯିବ ଏବଂ ଭବିଷ୍ୟତରେ ଏହି ପ୍ରକଳ୍ପ ବନ୍ଦ ହେବ ନାହିଁ ବୋଲି କେନ୍ଦ୍ର ଶକ୍ତି ରାଷ୍ଟ୍ରମନ୍ତ୍ରୀ ଆର.କେ ସିଂହ ପ୍ରତିଶ୍ରୁତି ଦେଇଥିବା ଟ୍ୱିଟ୍ କରି ସୂଚନା ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସେହିପରି ତାଳଚେରରେ ଆଉ ଏକ ନୂଆ ତାପଜ ବିଦ୍ୟୁତ୍ କେନ୍ଦ୍ରର ପ୍ରତିଷ୍ଠା ପାଇଁ ମଧ୍ୟ କେନ୍ଦ୍ରମନ୍ତ୍ରୀ ଶ୍ରୀ ସିଂହଙ୍କୁ ଅନୁରୋଧ କରିଛନ୍ତି ଶ୍ରୀ ପ୍ରଧାନ। ତେବେ ଓଡ଼ିଶା ସରକାର ଏଥିପାଇଁ ଆବଶ୍ୟକୀୟ ସହଯୋଗ ଯୋଗାଇଦେଲେ ନୂଆ ତାପଜ ବିଦ୍ୟୁତ୍ କେନ୍ଦ୍ର ପ୍ରତିଷ୍ଠା କରାଯିବ ବୋଲି ବିଭାଗୀୟ ମନ୍ତ୍ରୀ ଆର.କେ ସିଂହ ପ୍ରତିଶ୍ରୁତି ଦେଇଥିବା ଏବଂ ପ୍ରଧାନମନ୍ତ୍ରୀ ମୋଦିଙ୍କ ପୂର୍ବୋଦୟ କଳ୍ପନାରେ ଏହି ବିକାଶ ହେବ ବୋଲି ଶ୍ରୀ ପ୍ରଧାନ ଟ୍ୱିଟ୍ କରି ସୂଚନା ଦେବା ଧନ୍ୟବାଦ ଜଣାଇଛନ୍ତି।

ସୂଚନାଯୋଗ୍ୟ, କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ତାଳଚେର ତାପଜ ବିଦ୍ୟୁତ୍ କେନ୍ଦ୍ରର ତୃତୀୟ ପର୍ଯ୍ୟାୟର ସଂପ୍ରସାରଣକୁ ତ୍ୱରାନ୍ୱିତ କରିବା ପାଇଁ ଶକ୍ତି ମନ୍ତ୍ରଣାଳୟର ସମ୍ପୃକ୍ତ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେବା ପାଇଁ ଆଜି କେନ୍ଦ୍ର ଶକ୍ତି ରାଷ୍ଟ୍ରମନ୍ତ୍ରୀ ଶ୍ରୀ ସିଂହଙ୍କୁ ପତ୍ର ଲେଖି ବ୍ୟକ୍ତିଗତ ହସ୍ତକ୍ଷେପ ଲୋଡ଼ିବା ସହ ଟେଲିଫୋନରେ ଆଲୋଚନା କରିଥିଲେ। ଶ୍ରୀ ପ୍ରଧାନ ସଂଲଗ୍ନ ପତ୍ରରେ ଉଲ୍ଲେଖ କରିଛନ୍ତି ଯେ ଓଡିଶାକୁ ଦୀର୍ଘ ୨୫ ବର୍ଷ ପାଇଁ ଶକ୍ତି ଯୋଗାଇବା ପାଇଁ ୨୦୧୦ରେ ଏନଟିପିସି ଟିଟିପିଏସର ଷ୍ଟେଜ୍ -୩ ସମ୍ପ୍ରସାରଣ ପାଇଁ ୧୩୨୦ ମେଗାୱାଟ ପର୍ଯ୍ୟନ୍ତ ଅତ୍ୟାଧୁନିକ ସୁପର କ୍ରିଟିକାଲ ପାୱାର ଷ୍ଟେସନ ଭାବରେ ୬୬୦ ମେଗାୱାଟର ଦୁଇଟି ୟୁନିଟ୍ ବିଶିଷ୍ଟ ଏକ ପ୍ରକଳ୍ପ ପାଇଁ ପ୍ରସ୍ତାବ ଦେଇଥିଲା। ଅକ୍ଟୋବର ୨୦୧୧ରେ ଶକ୍ତି ମନ୍ତ୍ରଣାଳୟ ଦ୍ୱାରା ଏହାକୁ ସର୍ବବୃହତ ପ୍ରକଳ୍ପ ଭାବରେ ମାନ୍ୟତା ପ୍ରଦାନ କରାଯାଇଥିଲା। ଏଥିପାଇଁ ଏନଟିପିସି ଦ୍ୱାରା ପରିବେଶ, ଜଙ୍ଗଲ ଏବଂ ଜଳବାୟୁ ପରିବର୍ତନ ମନ୍ତ୍ରଣାଳୟର ଆନୁଷଙ୍ଗିକ ଅନୁମତି ପ୍ରଦାନ କରାଯାଇଥିଲା। ୧୮ ଏପ୍ରିଲ ୨୦୧୭ରେ ଏନଟିପିସି ଦ୍ୱାରା ଓଡିଶା ସରକାରଙ୍କ ସିଙ୍ଗଲ ୱିଣ୍ଡୋ କ୍ଲିୟରାନ୍ସ ପାଇଁ ଆବେଦନ କରାଯାଇଥିଲା। ଏକ ବୃହତ ପ୍ରକଳ୍ପ ହୋଇଥିବା କାରଣରୁ ଓଡ଼ିଶା ସରକାରଙ୍କ ଉଚ୍ଚସ୍ତରୀୟ କମିଟିର ଅନୁମତି ଆବଶ୍ୟକତା ଥିଲା। ମାତ୍ର ଅନୁମୋଦନରେ ବିଳମ୍ବ କାରଣରୁ ଖୋଦ୍ କେନ୍ଦ୍ରମନ୍ତ୍ରୀ ୧୧ ସେପ୍େଟମ୍ବର ୨୦୧୮ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପତ୍ର ଲେଖି ଏହି ପ୍ରକଳ୍ପକୁ ଶୀଘ୍ର ଅନୁମୋଦନ ଦେବା ନିମନ୍ତେ ପତ୍ର ଲେଖି ବ୍ୟକ୍ତିଗତ ହସ୍ତକ୍ଷେପ କରିଥିବା ପତ୍ରରେ ଉଲ୍ଲେଖ ରହିଛି।

ଏ ନେଇ କେନ୍ଦ୍ର ଶକ୍ତି ରାଷ୍ଟ୍ରମନ୍ତ୍ରୀ ମଧ୍ୟ ଏଥିପାଇଁ ପତ୍ର ଲେଖିଥିବା ଚିଠିରେ ଶ୍ରୀ ପ୍ରଧାନ ଜଣାଇଛନ୍ତି। ଏଠାରେ ଉଲ୍ଲେଖଯୋଗ୍ୟ ଯେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ୨୦୧୮ ରେ ଏହି ପ୍ରକଳ୍ପର ଶିଳାନ୍ୟାସ କରିପାରିଥାନ୍ତେ। ମାତ୍ର ୨୦୨୦ ଫେବୃୟାରୀ ମାସରେ ଓଡ଼ିଶା ସରକାରଙ୍କ ଉଚ୍ଚସ୍ତରୀୟ କମିଟି ଏହି ପ୍ରକଳ୍ପ ପାଇଁ ଅନୁମତି ପ୍ରଦାନ କରିଥିଲା। ତେବେ ସ୍ଥାନୀୟ ଜନସାଧାରଣଙ୍କ ଜୀବନଜୀବିକା ତଥା ସ୍ଥାନୀୟ ଅର୍ଥନୀତିକୁ ମଜବୁତ କରିବା ପାଇଁ ଏହି ପ୍ରକଳ୍ପ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଅଟେ। ତେଣୁ ପୂର୍ବ ଭାରତ ଏବଂ ଓଡ଼ିଶାର ସାମାଜିକ ଅର୍ଥନୈତିକ ବିକାଶ ପାଇଁ ସ୍ୱଳ୍ପ ମୂଲ୍ୟର ଏବଂ ନିର୍ଭରଯୋଗ୍ୟ ଶକ୍ତିର ନିରନ୍ତର ଉପଲବ୍ଧତାକୁ ସୁନିଶ୍ଚିତ କରିବାର ଆବଶ୍ୟକତାକୁ ଦୃଷ୍ଟିରେ ରଖି ପଦକ୍ଷେପ ନେବା ପାଇଁ ଶ୍ରୀ ସିଂହଙ୍କ ବ୍ୟକ୍ତିଗତ ହସ୍ତକ୍ଷେପ କରିବା ଅବସରରେ ଶ୍ରୀ ପ୍ରଧାନ

ଅନୁରୋଧ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପୂର୍ବୋଦୟ ମିଶନ ପରିକଳ୍ପନାରେ ଓଡ଼ିଶା ପୂର୍ବ ଭାରତର ଆର୍ôଥକ ଅଭିବୃଦ୍ଧିର ଅଗ୍ରଣୀ ରାଜ୍ୟ ଭାବରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି ଏବଂ ଏହା ପେଟ୍ରୋଲିୟମ, ପେଟ୍ରୋକେମିକାଲ୍ସ, ଲଜିଷ୍ଟିକ୍ସ, ଇସ୍ପାତ ଏବଂ ଖଣିଜ କ୍ଷେତ୍ରରେ ଏକ ଆନ୍ତର୍ଜାତୀୟ ହବ୍ ଭାବରେ ଉଭା ହୋଇଛି। ଏହି ଅଂଚଳର ଆର୍ôଥକ ଅଭିବୃଦ୍ଧିକୁ ସହଯୋଗ ତଥା ବୃଦ୍ଧି ପାଇଁ ରାଜ୍ୟକୁ ସ୍ୱଳ୍ପ ମୂଲ୍ୟର ଏବଂ ନିର୍ଭରଯୋଗ୍ୟ ଶକ୍ତି ଯୋଗାଣ ଗୁରୁତ୍ୱପୂର୍ଣ୍ଣ ଅଟେ ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ପତ୍ରରେ ଉଲ୍ଲେଖ କରିଛନ୍ତି ।