ମଳେହିପଡ଼ାରୁ ୮ ଫୁଟର ଅଜଗର ଉଦ୍ଧାର

ରିଆମାଳ,ଏନ୍ଏନ୍ଏସ୍: ରିଆମାଳ ବ୍ଲକ୍ ଅନ୍ତର୍ଗତ ମଳେହିପଡ଼ା ଗ୍ରାମରୁ ଆଜି ଏକ ୮ ଫୁଟର ଅଜଗର ସାପ ଗ୍ରାମବାସୀ ଉଦ୍ଧାର କରିଛନ୍ତି। ସୂଚନା ଅନୁଯାୟୀ ଶନିବାର ଦିନ ସକାଳ ସମୟରେ ଉକ୍ତ ଅଜଗରଟି ଗ୍ରାମରେ ଥିବା ଦେଖିବାକୁ ମିଳିଥିଲା। ପରେ ତାକୁ ସ୍ଥାନୀୟ କିଛି ଲୋକ ଉଦ୍ଧାର କରିଥିଲେ। ତେବେ ଏହି ଅଜଗର ସାପଟିର ଓଜନ ପାଖାପାଖି ୫ କିଲୋ ବୋଲି ଜଣାପଡ଼ିଛି। ପରେ ଲୋକମାନେ ସାପଟିକୁ ନିକଟସ୍ଥ ଜଙ୍ଗଲରେ ଛାଡ଼ି ଦେଇଛନ୍ତି।