୨୦୨୪ ଡିସେମ୍ବର ସୁଦ୍ଧା ସମଗ୍ର ଦେଶରେ ୫ଜି ସେବା

ନୂଆଦିଲ୍ଲୀ: ଆଇଟି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ୫ଜି ସେବାକୁ ନେଇ ବଡ଼ ସୂଚନା ପ୍ରଦାନ କରିଛନ୍ତି । ଅଶ୍ୱିନୀ ବୈଷ୍ଣବ କହିଛନ୍ତି ଯେ, ଡିସେମ୍ବର ୨୦୨୪ ସୁଦ୍ଧା ୫ଜି କଭରେଜ ସମଗ୍ର ଦେଶରେ ପହଞ୍ଚିଯିବ । ମେକ ଇନ ଇଣ୍ଡିଆ ଓ ଡିଜାଇନ ଇନ ଇଣ୍ଡିଆ ଅନ୍ତର୍ଗତ ଇ-ନୋଡ ବିର ଶୁଭାରମ୍ଭ ଚଣ୍ଡୀଗଡ଼ରେ ହୋଇଛି । ଗ୍ଲୋବାଲ ସ୍ପୀଡ ଟେଷ୍ଟରେ ବି ଭାରତର ରାଙ୍କ ମଧ୍ୟ ଖୁବ୍ ଦ୍ରୁତ ଗତିରେ ଆଗକୁ ବଢ଼ୁଛି । ଆମେ ସେପ୍ଟେମ୍ବରରେ ୧୧୮ ରାଙ୍କରେ ଥିଲୁ ଏବଂ ଏବେ ୬୯ରେ ପହଞ୍ଚିଛୁ ।

ସୂଚନାଯୋଗ୍ୟ, ସମଗ୍ର ଦେଶର ୨୦୦ଟି ସହରରେ ଖୁବଶୀଘ୍ର ୫ଜି ସେବା ଉପଲବ୍ଧ ହେବ । ପ୍ରଥମ ଫେଜରେ ମାର୍ଚ୍ଚ ୩୧ ସୁଦ୍ଧା ଏହି ଲକ୍ଷ୍ୟକୁ ହାସଲ କରିବା ନେଇ ଯୋଜନା ପ୍ରସ୍ତୁତ କରାଯାଇଥିଲା । କିନ୍ତୁ ବର୍ତ୍ତମାନ ସୁଦ୍ଧା ୩୮୬ ଜିଲ୍ଲାରେ ୫ଜି ପହଞ୍ଚିଯାଇଛି ।