ଭୟାନକ ବିସ୍ଫୋରଣ : ୭୮ ମୃତ, ୪୦୦୦ରୁ ଅଧିକ ଆହତ

ବେରୁଟ, ଏଜେନ୍ସି: ଲେବାନନର ରାଜଧାନୀ ବେରୁଟର ବନ୍ଦର ଅଞ୍ଚଳରେ ଭୟାନକ ବିସ୍ଫୋରଣ ଘଟି ୭୮ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୪୦୦୦ରୁ ଅଧିକ ଲୋକ ଆହତ ହୋଇଥିବା ଜଣାପଡ଼ିଛି। ଘଟଣାସ୍ଥଳରୁ ପ୍ରାୟ ୨୫୦ କିମି ପର୍ଯ୍ୟନ୍ତ ବିସ୍ଫୋରଣ ଶବ୍ଦ ଶୁଣାଯାଇଥିଲା। ଦେଶର ପ୍ରତ୍ୟେକ ଅଞ୍ଚଳରେ ଏହାର ପ୍ରଭାବ ପରିଲିକ୍ଷିତ ହୋଇଥିଲା।

ଏମିତିକି ବଡବଡ ଅଟ୍ଟାଳିକା ମଧ୍ୟ ଦୋହଲି ଯାଇଥିଲା। ଫଳରେ ଲୋକଙ୍କ ଘର କବାଟ ଓ ଝରକା ଭାଙ୍ଗିଯାଇଥିଲା। ତେବେ ଏହା କେଉଁ ପ୍ରକାର ବିସ୍ଫୋରଣ ତାହା ସ୍ପଷ୍ଟ ହୋଇନଥିଲେ ମଧ୍ୟ କେହିକେହି ଏହାକୁ ପରମାଣୁ ବୋମା ବିସ୍ଫୋରଣ ବୋଲି କହିଛନ୍ତି। ସ୍ଥାନୀୟ ଗଣମାଧ୍ୟମ ସୂଚନା ଅନୁସାରେ, ସେଠାରେ ୨୭୫୦ ଟନ ପରିମାଣର ଆମୋନିୟମ ନାଇଟ୍ରେଟ ରଖାଯାଇଥିଲା।