ଝାରସୁଗୁଡ଼ାରେ ପୁଣି ୭୭ କରୋନା ପଜିଟିଭ ଚିହ୍ନଟ

ଝାରସୁଗୁଡ଼ା,ଏନ୍ଏନ୍ଏସ୍: ଝାରସୁଗୁଡ଼ା ଜିଲ୍ଲାରେ ପୁଣି ୭୭ ଜଣ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ ଝାରସୁଗୁଡ଼ା ପୌରପରିଷଦ ଅଞ୍ଚଳରୁ ୨୨ଜଣ, ବେଲପାହାଡ଼ ପୌରପରିଷଦ ଅଞ୍ଚଳରୁ ୨ଜଣ, ବ୍ରଜରାଜନଗର ପୌରପରିଷଦ ଅଞ୍ଚଳରୁ ୬ଜଣ, ଝାରସୁଗୁଡ଼ା ବ୍ଲକରୁ ୧୧ଜଣ, ଲଖନପୁର ବ୍ଲକ ଅଞ୍ଚଳରୁ ୧୦ଜଣ, ଲଇକେରା ବ୍ଲକରୁ ୯ଜଣ, କୋଲାବିରା ବ୍ଲକରୁ ୬ଜଣ ଓ କିର୍ମିରା ବ୍ଲକରୁ ୭ଜଣ ରହିଛନ୍ତି। ଏହି ଆକ୍ରାନ୍ତମାନେ ପୂର୍ବ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସି ଗୃହ ସଙ୍ଗରୋଧରେ ଥିବାବେଳେ ଝାରସୁଗୁଡ଼ାର ଆଉ ୪ଜଣ ବ୍ୟକ୍ତି ଅନ୍ୟ ଜିଲ୍ଲାର ବିଭିନ୍ନ ହସ୍ପିଟାଲରେ ପଜିଟିଭ ଚିହ୍ନଟ ହୋଇଥିବା ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ମିଳିଛି।

ସୂଚନାଯୋଗ୍ୟ, ଜିଲ୍ଲାରେ ବର୍ତ୍ତମାନ ସୁଦ୍ଧା ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୪,୪୬୪ରେ ପହଞ୍ଚିଛି। ସେଥିମଧ୍ୟରୁ ୩,୫୪୭ ଜଣ ସୁସ୍ଥ ହୋଇଛନ୍ତି ଓ ୯୧୫ ଜଣଙ୍କ ଚିକିତ୍ସା ଜାରି ରହିଛି।