ଯୌନ ଶୋଷଣ ମାମଲାରେ ଅନୁରାଗ କଶ୍ୟପଙ୍କୁ ସମନ ପଠାଇଲା ମୁମ୍ବାଇ ପୁଲିସ

ନୂଆଦିଲ୍ଲୀ: ବଲିଉଡ ଅଭିନେତ୍ରୀ ପାୟଲ ଘୋଷଙ୍କ ସହ ଯୌନ ଶୋଷଣ ଓ ଦୁର୍ବ୍ୟବହାର ମାମଲାରେ ମୁମ୍ବାଇ ପୁଲିସ ନିର୍ଦ୍ଦେଶକ ଅନୁରାଗ କଶ୍ୟପଙ୍କୁ ସମନ ଜାରି କରିଛି। ଅନୁରାଗ ଆସନ୍ତାକାଲି ୧୧ଟା ବେଳେ ଭର୍ସୋଭା ପୁଲିସ ଷ୍ଟେସନରେ ହାଜର ହେବେ। ପାୟଲ ଏହି ମାମଲାରେ ଗତକାଲି କେନ୍ଦ୍ରମନ୍ତ୍ରୀ ରାମଦାସ ଆଠବଲେଙ୍କ ସହ ରାଜ୍ୟପାଳ ଭଗତ ସିଂ କେଶୟାରୀଙ୍କୁ ଭେଟିଥିଲେ। ପାୟଲ ନ୍ୟାୟ ପାଇଁ ରାଜ୍ୟପାଳଙ୍କଠାରେ ଗୁହାରି କରିଥିବା ଜଣାପଡ଼ିଛି।

ସୂଚନାଯୋଗ୍ୟ, ପାୟଲ ଗତ ସପ୍ତାହରେ ଫିଲ୍ମ ନିର୍ଦ୍ଦେଶକ ଅନୁରାଗ କଶ୍ୟକପଙ୍କ ବିରୋଧରେ ଭର୍ସୋଭା ପୁଲିସ ଷ୍ଟେସନରେ ମାମଲା ଦାୟର କରିଥିଲେ। ଏଥିରେ ୨୦୧୪ ମସିହାରେ ପାୟଲଙ୍କ ସହ କଶ୍ୟପ ଯୌନ ଶୋଷଣ କରିବାକୁ ପ୍ରୟାସ କରିଥିବା ଉଲ୍ଲେଖ କରାଯାଇଛି।