ଦେବଗଡ଼ ଜିଲ୍ଲାରେ ୭୬ ତମ ସ୍ୱାଧୀନତା ଦିବସ ପାଳିତ

ଦେବଗଡ଼,ଏନ୍‌ଏନ୍‌ଏସ୍‌: ସ୍ଥାନୀୟ ଇନ୍ଦିରା ଗାନ୍ଧୀ ଷ୍ଟାଡିୟମ ଠାରେ ଜିଲ୍ଲା ସ୍ତରୀୟ ସ୍ୱାଧୀନତା ଦିବସ ପାଳିତ ହୋଇଯାଇଛି। ମୁଖ୍ୟ ଅତିଥି ଭାବେ ଜିଲ୍ଲାପାଳ ସୌମେଶ ଉପାଧ୍ୟାୟ ଜାତୀୟ ପତାକା ଉତ୍ତୋଳନ କରିବା ସହ ଜିଲ୍ଲା ପୁଲିସ ପକ୍ଷରୁ ଆୟୋଜିତ ପରେଡର ଅଭିବାଦନ ଗ୍ରହଣ କରିଥିଲେ। ଏହି ଅବସରରେ ମୁଖ୍ୟ ଅତିଥି ଜିଲ୍ଲାପାଳ ଶ୍ରୀ ଉପାଧ୍ୟାୟ ଦେଶ ସ୍ୱାଧୀନତା ସଂଗ୍ରାମରେ ନିଜ ଜୀବନକୁ ଆହୁତି ଦେଇଥିବା ସମସ୍ତ ସଂଗ୍ରାମୀଙ୍କୁ ନମନ କରିବା ସହ ସ୍ୱାଧୀନ ଭାରତରେ ଦୁର୍ନୀତି ମୁକ୍ତ ସମାଜ ଗଠନରେ ପ୍ରତ୍ୟକ ଜନ ସାଧାରଣ ନିଜ ଯୋଗଦାନ ଦେବାକୁ ଆହ୍ୱାନ ଦେଇଥିଲେ।

ମଞ୍ଚରେ ଏସପି ପ୍ରମୋଦ କୁମାର ରଥ ମଞ୍ଚାସୀନ ଥିବାବେଳେ ସରଜେଣ୍ଟ ଗୋବିନ୍ଦ ଚନ୍ଦ୍ର ମାରାଣ୍ଡିଙ୍କ ନେତୃତ୍ୱରେ ଜିଲ୍ଲା ପୁଲିସ, ଆଇଆରବି ୪ର୍ଥ ବାଟଲିୟନ ଓ ପୁଲିସ ବ୍ୟାଣ୍ଡ ଜାତୀୟ ପତାକାକୁ ସାଲାମୀ ଦେଇଥିବା ବେଳେ ପ୍ରବଳ ବର୍ଷା ଏବଂ କଟକଣା ଯୋଗୁଁ ସ୍କୁଲ ଛତ୍ରଛାତ୍ରୀଙ୍କ ପରେଡରେ ଅଂଶ ଗ୍ରହଣ କରିନଥିବା ଯୋଗୁଁ ସ୍ୱାଧୀନତା ଦିବସ ପାଳନ ଫିକା ପଡିଥିଲା।