ୟୁଏସ୍ବିଏମ୍ରେ ୭୬ ତମ ସ୍ବାଧୀନତା ଦିବସ ପାଳନ ରାଜ୍ୟ By Nitidin On Aug 15, 2022 Share ଭୁବନେଶ୍ବର,ଏନ୍ଏନ୍ଏସ୍: ୟୁନାଇଟେଡ୍ ସ୍କୁଲ୍ ଅଫ୍ ବିଜନେସ୍ ମ୍ୟାନେଜମେଣ୍ଟ୍ (ୟୁଏସ୍ବିଏମ୍) କଲେଜରେ ଆଜି ୭୬ ତମ ସ୍ବାଧୀନତା ଦିବସ ପାଳନ ହୋଇଯାଇଛି। ଏହି ଅବସରରେ ଉପଦେଷ୍ଟା ଡ. କାହ୍ନୁଚରଣ ସ୍ବାଇଁ ପତାକା ଉତ୍ତୋଳନ କରିଥିଲେ। ଏହି କାର୍ଯ୍ୟକ୍ରମରେ ଅନୁଷ୍ଠାନର ନିର୍ଦ୍ଦେଶକ ସୌମ୍ୟକାନ୍ତ ବଳବନ୍ତରାୟ, ଅଧ୍ୟକ୍ଷ ଡ. ସଂଜୀବ କୁମାର ଦାସ, ବରିଷ୍ଠ ଅଧ୍ୟାପକ କୌଳାସ ଚନ୍ଦ୍ର ନାୟକ, ପ୍ରଫେସର୍ ସମୀର ପାତ୍ରୋ, ପ୍ରଫେସର ଆଶାବିକାଶ ମହାପାତ୍ର, ଅଧ୍ୟାପିକା ଡ. ସ୍ବାତୀ ମିଶ୍ର ସମେତ ସମସ୍ତ ଅଧ୍ୟାପକ, ଅଧ୍ୟାପିକା, ଛାତ୍ରଛାତ୍ରୀ ଓ କର୍ମଚାରୀ ଉପସ୍ଥିତ ରହି ପତାକା ଉତ୍ତୋଳନ କରିଥିଲେ। ପତାକା ଉତ୍ତୋଳନ ପରେ ସମସ୍ତେ ଜାତୀୟ ସଂଗୀତ ଗାନ କରିଥିଲେ। ଏହା ପରେ ସହିଦଙ୍କ ଉଦ୍ଦେଶ୍ୟରେ ୨ ମିନିଟ୍ ନିରବ ପ୍ରାର୍ଥନା କରାଯାଇଥିଲା। ଏଥିସହିତ ଶିକ୍ଷକ ଓ ଛାତ୍ରଛାତ୍ରୀମାନେ ନିଜର ଅଭିଭାଷଣ ରଖିଥିଲେ। Share