ଦେବଗଡ଼,ଏନ୍ଏନ୍ଏସ୍: ୭୬ ତମ ସ୍ୱାଧୀନତା ଦିବସ ପାଳନ ଅବସରରେ ଜିଲ୍ଲା ସ୍ତରୀୟ କାର୍ଯ୍ୟକ୍ରମ ପରେ ଜିଲ୍ଲାପାଳ ସୌମେଶ ଉପାଧ୍ୟାୟ ଅନାଥ ଶିଶୁଙ୍କୁ ନ ଭୁଲି ସପୋର୍ଟ ଶିଶୁ ଆଶ୍ରୟ ଗୃହକୁ ଯାଇ ଅନାଥ ଶିଶୁଙ୍କ ସହ କିଛି କ୍ଷଣ ରହିବା ସହ ଶିଶୁଙ୍କୁ ମିଷ୍ଟନ୍ନ ବଣ୍ଟନ କରିଥିଲେ।
ସେହିପରି ସ୍ୱତନ୍ତ୍ର ଉପ କାରାଗାର ଓ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିଦର୍ଶନରେ ଯାଇ ଅନ୍ତେବାସୀଙ୍କୁ ଭେଟି ଅସୁବିଧା ଓ ସ୍ୱାସ୍ଥ୍ୟ ସମ୍ପର୍କରେ ପଚାରି ବୁଝିବା ସହ ମିଷ୍ଟାନ୍ନ ବଣ୍ଟନ କରି ସ୍ୱାଧୀନତା ଦିବସର ଶୁଭେଚ୍ଛା ଜଣାଇଥିଲେ। ସେହିପରି ଡ୍ରାଇଭର ମହା ସଙ୍ଘ ପକ୍ଷରୁ ମଧ୍ୟ ସଙ୍ଘ କାର୍ଯ୍ୟାଳୟରେ ପତାକା ଉତ୍ତୋଳନ ପରେ ସଭାପତି ଆଦିତ୍ୟ ପ୍ରସାଦ ବେହେରାଙ୍କ ନେତୃତ୍ୱରେ ସଦସ୍ୟ ମାନେ ୭୫ ମିଟର ଲମ୍ବ ଏକ ତ୍ରିରଙ୍ଗାକୁ ଧରି ନଗର ପରିକ୍ରମା କରିଥିଲେ।