ବିଜେପି ପକ୍ଷରୁ ୭୫ଟି ବୃକ୍ଷରୋପଣ କଲେ ପୂର୍ବତନ ମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ

ପାଟଣାଗଡ଼,ଏନ୍‌ଏନ୍‌ଏସ୍‌: ଆଜାଦିର ୭୫ ବର୍ଷ ଅମୃତ ମହୋତ୍ସବ ପାଳନ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନିର୍ଦ୍ଦେଶରେ ପାଟଣାଗଡ଼ ବ୍ଲକ ଅନ୍ତର୍ଗତ ମରାଲ ଗ୍ରାମରେ ଜନ କଲ୍ୟାଣ କ୍ଲବ ଆନୁକୂଲ୍ୟରେ ଏକ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ପାଟଣାଗଡ଼ ମହାରାଜ ତଥା ପୂର୍ବତନ ମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଯୋଗଦେଇ ୭୫ଟି ବୃକ୍ଷରୋପଣ କରିଥିଲେ । ଏଥିରେ କ୍ଲବର ସଭାପତି ଚିନ୍ମୟ ସାହୁ, ବିଜେପି ନେତା କରମ ସରାଫ, ସାୟଦ ଅବଦୁଲ ସିରାଜ, ରାଜେନ୍ଦ୍ର ଚିନ୍ଦା ସହ କ୍ଲବର କର୍ମକର୍ତ୍ତା ଓ ବିଜେପିର ବହୁ ସଂଖ୍ୟକ କର୍ମୀ ଅଂଶଗ୍ରହଣ କରିଥିଲେ ।