‘ଓଏମଜି ୨’କୁ ସଦଗୁରୁଙ୍କ ସମର୍ଥନ

ନୂଆଦିଲ୍ଲୀ: ବଲିଉଡ ଅଭିନେତା ଅକ୍ଷୟ କୁମାରଙ୍କ ଆଗାମୀ ଫିଲ୍ମ ‘ଓଏମଜି ୨’ ଅଗଷ୍ଟ ୧୧ ତାରିଖରେ ରିଲିଜ ହେବ । ଏଭଳି ସ୍ଥିତିରେ ଈଶା ଫାଉଣ୍ଡେସନର ସଂସ୍ଥାପକ ସଦଗୁରୁ ଅକ୍ଷୟଙ୍କ ଫିଲ୍ମକୁ ନେଇ ନିଜ ମନ୍ତବ୍ୟ ଦେଇଛନ୍ତି ।

ସଦଗୁରୁ ଏକ ଟ୍ୱିଟ୍ କରି ସାର୍ଟିଫିକେଟ ସମ୍ବନ୍ଧରେ କହିଛନ୍ତି । ସଦଗୁରୁ ଟ୍ୱିଟ୍‌ରେ ଲେଖିଛନ୍ତି ଯେ, ‘ଏ’ ସାର୍ଟିଫିକେଟରେ କିଶୋରଙ୍କୁ ସାମିଲ କରାଯାଉ । ମଣିଷ ଜୀବ ବିଜ୍ଞାନକୁ ବୁଝିବା ଏବଂ କୌଣସି ବ୍ୟକ୍ତିର ଜୈବିକ ଆବଶ୍ୟକତା ସମ୍ବନ୍ଧରେ ଦାୟିତ୍ୱବଦ୍ଧ ହୋଇ କହିବା ଭଲ । ଏହା ଏମିତି ଏକ ରାଷ୍ଟ୍ର ନିର୍ମାଣରେ ସହଯୋଗ କରିବ ଯଦ୍ୱାରା ଲୋକ ନିରପେକ୍ଷ ହେବେ ଯାହା ଉଚିତ ମଧ୍ୟ ।

ସୂଚନାଯୋଗ୍ୟ, ନିକଟରେ ଅକ୍ଷୟ କୁମାର ଈଶା ଫାଉଣ୍ଡେସନ ପହଞ୍ଚି ସଦଗୁରୁଙ୍କୁ ଫିଲ୍ମ ‘ଓଏମଜି ୨’ ଦେଖାଇଥିଲେ । ସଦଗୁରୁ ‘ଓଏମଜି ୨’ ଦେଖିବା ପରେ ଅକ୍ଷୟଙ୍କୁ ଖୁବ୍ ପ୍ରଶଂସା କରିଥିଲେ । ଏହି ସ୍ୱତନ୍ତ୍ର ସ୍କ୍ରିନିଂ ଅକ୍ଷୟ କେବଳ ସଦଗୁରୁଙ୍କ ପାଇଁ ରଖିଥିଲେ ।