ସଂସଦର ୭୧୮ କର୍ମଚାରୀଙ୍କୁ କରୋନା

ନୂଆଦିଲ୍ଲୀ,ଏଜେନ୍ସି: ସଂସଦର ୭୧୮ ଜଣ କର୍ମଚାରୀ କୋଭିଡ୍ ସଂକ୍ରମିତ ହୋଇସାରିଥିବା ଜଣାପଡିଛି। ଜାନୁଆରୀ ୯ରୁ ୧୩ ମଧ୍ୟରେ ଏଭଳି ସଂକ୍ରମିତଙ୍କ ସଂଖ୍ୟା ୭୫ ପ୍ରତିଶତ ବୃଦ୍ଧି ପାଇଥିବା କୁହାଯାଇଛି। ତେବେ ଅଧିକାଂଶ କର୍ମଚାରୀଙ୍କ ଶରୀରରେ ସାମାନ୍ୟ ଲକ୍ଷଣ ରହିଥିବାରୁ ସେମାନଙ୍କୁ ସଙ୍ଗରୋଧରେ ରଖାଯାଇଛି। ଜାନୁଆରୀ ୩୧ରୁ ସଂସଦର ବଜେଟ ଅଧିବେଶନ ଆରମ୍ଭ ହେବାକୁ ଯାଉଥିବାରୁ ଏତେ ସଂଖ୍ୟକ କର୍ମଚାରୀଙ୍କୁ କରୋନା ହୋଇଥିବା ଘଟଣା ସଂସଦର କାର୍ଯ୍ୟକୁ ବାଧାପ୍ରାପ୍ତ କରିପାରେ ବୋଲି ଆଶଙ୍କା କରାଯାଉଛି।