ଓମିକ୍ରନ୍ ସଂଖ୍ୟା ୫୪୮୮ ଛୁଇଁଲା

ନୂଆଦିଲ୍ଲୀ,ଏଜେନ୍ସି: ଗୁରୁବାର ସୁଦ୍ଧା ଦେଶରେ ଓମିକ୍ରନ୍ ଆକ୍ରାନ୍ତଙ୍କ ସଂଖ୍ୟା ୫୪୮୮ରେ ପହଞ୍ଚିଛି। ମହାରାଷ୍ଟ୍ରରେ ସର୍ବାଧିକ ୧୩୬୭ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ଏହାପଛକୁ ରାଜସ୍ଥାନ (୭୯୨), ଦିଲ୍ଲୀ (୫୪୯), କେରଳ (୪୮୬) ଓ କର୍ଣ୍ଣାଟକ (୪୭୯) ରହିଛନ୍ତି। ଏହାବ୍ୟତୀତ ପଶ୍ଚିମବଙ୍ଗ, ଉତ୍ତରପ୍ରଦେଶ, ଗୁଜରାଟ, ତାମିଲନାଡୁ, ହରିୟାଣା, ଓଡ଼ିଶା, ଆନ୍ଧ୍ରପ୍ରଦେଶ, ପଞ୍ଜାବ, ପଶ୍ଚିମବଙ୍ଗ, ଗୋଆ, ମଧ୍ୟପ୍ରଦେଶ, ଆସାମ, ଉତ୍ତରାଖଣ୍ଡ, ମେଘାଳୟ, ଜମ୍ମୁ-କଶ୍ମୀର, ଆଣ୍ଡାମାନ ନିକୋବର, ଚଣ୍ଡିଗଡ଼, ପୁଡୁଚେରୀ, ଛତିଶଗଡ, ହିମାଚଳ ପ୍ରଦେଶ, ଲଦାଖ ଓ ମଣିପୁରରେ ମଧ୍ୟ ଏଭଳି ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଇତିମଧ୍ୟରେ ୨୧୬୨ ଓମିକ୍ରନ୍ ଆକ୍ରାନ୍ତ ସୁସ୍ଥ ହୋଇସାରିଛନ୍ତି।