ପଞ୍ଜଶିରରେ ୭୦୦ ତାଲିବାନୀ ମୃତ

ନୂଆଦିଲ୍ଲୀ,ଏଜେନ୍ସି: ଆଫଗାନିସ୍ତାନର ପଞ୍ଜଶିରରେ ତାଲିବାନ ଓ ବିଦ୍ରୋହୀ ଗୋଷ୍ଠୀ (ନର୍ଦ୍ଦେନ ଆଲିଆନ୍ସ)ଙ୍କ ମଧ୍ୟରେ ରକ୍ତାକ୍ତ ସଂଘର୍ଷ ଜାରି ରହିଛି। ଏହି ସଂଘର୍ଷରେ ୭୦୦ ତାଲିବାନୀ ମୃତ୍ୟୁବରଣ କରିଥିବା ୬୦୦ରୁ ଅଧିକ ତାଲିବାନ ଆତ୍ମସମର୍ପଣ କରିଥିବା ଜଣାପଡ଼ିଛି। ଏନେଇ ବିରୋଧୀ ଗୋଷ୍ଠୀ ନର୍ଦ୍ଦେନ ଆଲିଆନ୍ସଙ୍କ ପକ୍ଷରୁ ସୂଚନା ଦିଆଯାଇଛି। ବିରୋଧୀ ଗୋଷ୍ଠୀଙ୍କ ସୋସିଆଲ ମିଡ଼ିଆର ଏକ ପୋଷ୍ଟ ଅନୁଯାୟୀ ତାଲିବାନ ସୈନ୍ୟମାନେ ବହୁ କ୍ଷତି ସହିବା ପରେ ପଞ୍ଜଶିର ଛାଡ଼ି ପଳାଇଛନ୍ତି। ଅହମ୍ମଦ ମାସୁଦ ଜାରି କରିଥିବା ନିଜର ଅଡ଼ିଓ ବାର୍ତ୍ତାରେ କହିଛନ୍ତି ୭୦୦ରୁ ଅଧିକ ତାଲିବାନୀଙ୍କର ମୃତ୍ୟୁ ଘଟିଛି ଏବଂ ୬୦୦ରୁ ଅଧିକ ଆତ୍ମସମର୍ପଣ କରିଛନ୍ତି।

ମାସୁଦ ଆହୁରି ମଧ୍ୟ କହିଛନ୍ତି ଯେ, ନ୍ୟାୟ ଏବଂ ସ୍ୱାଧୀନତା ପାଇଁ ନିଜର ସଂଗ୍ରାମ କେବେ ହେଲେ ବନ୍ଦ କରିବେ ନାହିଁ। ପଞ୍ଜଶିରରେ ତାଲିବାନକୁ ବିରୋଧ ଏବଂ ଆଫଗାନିସ୍ତାନରେ ମହିଳାମାନେ ନିଜର ଅଧିକାର ପାଇଁ ପ୍ରଦର୍ଶନ କରୁଛନ୍ତି ଏହା ସୂଚାଉଛି ଯେ, ଆଫଗାନିସ୍ତାନବାସୀ ନିଜର ଅଧିକାର ପାଇଁ ଏହି ଲଢେଇ ଜାରି ରଖିବେ।