ଓଡ଼ିଶାର ୨ଜଣ ଶିକ୍ଷକଙ୍କ ସମେତ ଦେଶର ୪୪ ଜଣ ଶିକ୍ଷକଙ୍କୁ ରାଷ୍ଟ୍ରୀୟ ପୁରସ୍କାର ପ୍ରଦାନ

ଭୁବନେଶ୍ୱର,ଏନ୍ଏନ୍ଏସ୍: ଆଜି ହେଉଛି ପବିତ୍ର ଗୁରୁ ଦିବସ। କଥାରେ ଅଛି ମଣିଷର ପ୍ରତ୍ୟକ କାମରେ ଏକ ଗୁରୁର ହିଁ ଭୂମିକା ନିହାତି ଦରକାର। ଭଲ କାମ କଲେ ଗୁରୁ ଅଧିକ କରିବାକୁ ପ୍ରେରଣା ଦେଇଥିବା ବେଳେ ମନ୍ଦ କାମରେ ବାଟ ପରିବର୍ତ୍ତନ କରିଥାଏ।

ଆଜି ଏହି ଅବସରରେ ଓଡ଼ିଶାର ୨ଜଣ ଶିକ୍ଷକଙ୍କ ସମେତ ଦେଶର ୪୪ ଶିକ୍ଷକଙ୍କୁ ରାଷ୍ଟ୍ରୀୟ ଶିକ୍ଷକ ପୁରସ୍କାର-୨୦୨୧ରେ ସମ୍ମାନିତ କରାଯାଇଛି। ରାଷ୍ଟ୍ରୀୟ ଶିକ୍ଷକ ପୁରସ୍କାରରେ ସମ୍ମାନିତ ଓଡ଼ିଶାର ଦୁଇ ଜଣ ଶିକ୍ଷକ ହେଲେ ଭଦ୍ରକ ଜିଲ୍ଲା ହାଇସ୍କୁଲର ଶିକ୍ଷକ ଅଶୋକ କୁମାର ଶତପଥୀ ଓ ଗଞ୍ଜାମ ଜିଲ୍ଲାର କଣମଣା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ଅଜିତ ସେଠୀ। ରାଷ୍ଟ୍ରପତି ରାମନାଥ କୋବିନ୍ଦ ସେମାନଙ୍କୁ ଭିଡିଓ କନଫରେନ୍ସିଂରେ ସମ୍ମାନିତ କରିଛନ୍ତି। କରୋନା କଟକଣା ଥିବାରୁ ପୂର୍ବ ବର୍ଷ ପରି ଚଳିତ ଥର ମଧ୍ୟ ଏହି କାର୍ଯ୍ୟକ୍ରମ ଭର୍ଚୁଆଲ ମୋଡରେ ଅନୁଷ୍ଠିତ ହୋଇଥିବା ବେଳେ ଏଥିରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଉପସ୍ଥିତ ଥିଲେ।