ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜ୍ୟ ପ୍ରମୁଖ ୧୦ ଆକାଂକ୍ଷା ଜିଲ୍ଲାର ପ୍ରଭାରୀ ଦାୟିତ୍ୱ ପାଇଁ ୧୦ ଜଣ ସଚିବଙ୍କୁ ପୁନଃ ନିଯୁକ୍ତି ଦିଆଯାଇଛି। ଯୋଜନା ଓ ସଂଯୋଜନା ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ ୧୦ ଆକାଂକ୍ଷା ଜିଲ୍ଲା ପାଇଁ ଯେଉଁ ୧୦ ସଚିବଙ୍କୁ ପ୍ରଭାରୀ ନିଯୁକ୍ତି ମିଳିଛି ସେମାନେ ହେଲେ ଏମଏସଏମଇ ସଚିବ ସତ୍ୟବ୍ରତ ସାହୁ (କଳାହାଣ୍ଡି), ଶକ୍ତିସଚିବ ନିକୁଞ୍ଜ ବିହାରୀ ଧଳ(ବଲାଙ୍ଗିର), ପଞ୍ଚାୟତିରାଜ ସଚିବ ଅଶୋକ କୁମାର ମୀନା(କନ୍ଧମାଳ), ଅନୁସୂଚିତ ଜାତି ଓ ଜନଜାତି ସଚିବ ରଞ୍ଜନା ଚୋପ୍ରା(ଢେଙ୍କାନାଳ), ରାଜସ୍ୱ ଓ ବିପର୍ଯ୍ୟୟ ସଚିବ ବିଷ୍ଣୁପ୍ରଦ ସେଠୀ(କୋରାପୁଟ), ଜଳସମ୍ପଦ ସଚିବ ସୁରେଶ କୁମାର ବଶିଷ୍ଠ(ରାୟଗଡ଼ା), ହସ୍ତତନ୍ତ ଓ ବୟନଶିଳ୍ପ ସଚିବ ଶୁଭା ଶର୍ମା(ଗଜପତି), ମହିଳା ଓ ଶିଶୁ ବିକାଶ ବିଭାଗ ନିର୍ଦ୍ଦେଶକ ଅରବିନ୍ଦ ଅଗ୍ରୱାଲ (ନବରଙ୍ଗପୁର), ପର୍ଯ୍ୟଟନ ସଚିବ ସଚିନ ରାମଚନ୍ଦ୍ର ଯାଦବ (ନୂଆପଡ଼ା), ମତ୍ସ୍ୟ ଓ ପଶୁସମ୍ପଦ ସଚିବ ଆର. ରଘୁପ୍ରସାଦ(ମାଲକାନଗିରି)।
ଏହି ସଚିବମାନେ ୫ଟି କ୍ଷେତ୍ର ଶିକ୍ଷା, କୃଷି ଓ ଜଳସମ୍ପଦ, ଆର୍ଥିକ ଗତିବିଧି, ଦକ୍ଷତା ବିକାଶ ଓ ମୌଳିକ ଭିତ୍ତିଭୂମିର ୪୯ଟି ପ୍ରମୁଖ ପ୍ରଦର୍ଶନ ଉପରେ ଆକ୍ସନ ରିପୋର୍ଟ ପ୍ରସ୍ତୁତ କରି ରାଜ୍ୟସ୍ତରୀୟ କମିଟି ନିକଟରେ ଉପସ୍ଥାପନ କରିବେ।