ପେଟ୍ରୋଲ ପମ୍ପ୍ କର୍ମଚାରୀଠାରୁ ୭ ଲକ୍ଷ ଟଙ୍କା ଲୁଟ୍

କୋରାପୁଟ,ଏନ୍ଏନ୍ଏସ୍: ନନ୍ଦପୁରସ୍ଥିତ ରାଣୀ ଡୁଡୁମା ପେଟ୍ରୋଲ ପମ୍ପ କର୍ମଚାରୀଠାରୁ ଦୁର୍ବୁତମାନେ ୭ଲକ୍ଷ ଟଙ୍କା ଲୁଟି ନେଇଥିବା ଅଭିଯୋଗ ହୋଇଛି। ମିଳିଥିବା ରିପୋର୍ଟ ମୁତାବକ, ସନ୍ତୋଷ ନାମକ ଜଣେ ପେଟ୍ରୋଲ ପମ୍ପ କର୍ମଚାରୀ ବ୍ୟାଙ୍କରେ ଡିପୋଜିଟ୍ କରିବାକୁ ଟଙ୍କା ନେଇ ଯାଉଥିବାବେଳେ ଏକ କଳା ପଲସର୍ ବାଇକରେ ଦୁର୍ବୁତମାନେ ଆସି ଟଙ୍କା ବ୍ୟାଗ୍ ଝାମ୍ପି ନେଇଥିଲେ। ଅଭିଯୋଗ ପାଇବା ପରେ ନନ୍ଦପୁର ଥାନାଧିକାରୀ କପିଳେଶ୍ୱର ବେହେରା, ଭାରପ୍ରାପ୍ତ ନନ୍ଦପୁର ଏସଡିପିଓ ମନୋଜ କୁମାର ବେହେରା ଓ କୋରାପୁଟରୁ ସାଇଣ୍ଟିଫିକ୍ ଟିମ୍ ପହଂଚି ତଦନ୍ତ ଆରମ୍ଭ କରିଛନ୍ତି।