ମୋଦୀ-ପାୱାର ଭେଟାଭେଟି

ନୂଆଦିଲ୍ଲୀ: ଏନସିପି ପ୍ରମୁଖ ଶରଦ ପାୱାର ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିଛନ୍ତି। ଏହି ପରିପ୍ରେକ୍ଷୀରେ ପ୍ରଧାନମନ୍ତ୍ରୀ ଆବାସରେ ଉଭୟ ନେତାଙ୍କ ମଧ୍ୟରେ ପାଖାପାଖି ୧ ଘଣ୍ଟା ବୈଠକ ହୋଇଥିଲା। ମୋଦୀଙ୍କ ପୂର୍ବରୁ ପାୱାର ଗତକାଲି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଓ ପିୟୁଷ ଗୋୟେଲଙ୍କୁ ଭେଟିଥିଲେ। ମୁମ୍ବାଇରେ କିଛିଦିନ ପରେ ବିଏମସି ନିର୍ବାଚନ ଓ ବିଧାନସଭାର ବାଚସ୍ପତି ନିର୍ବାଚନ ଅନୁଷ୍ଠିତ ହେବ। ସେଥିପାଇଁ ମୋଦୀ ଓ ପାୱାରଙ୍କ ସାକ୍ଷାତକୁ ନେଇ ରାଜନୀତି ସରଗରମ ହୋଇଯାଇଛି।

ସୂଚନାଯୋଗ୍ୟ, ନିକଟରେ ଆଗାମୀ ରାଷ୍ଟ୍ରପତି ନିର୍ବାଚନରେ ଶରଦ ପାୱାର ପ୍ରାର୍ଥୀ ହେବା ନେଇ ଚର୍ଚ୍ଚା ଜୋର ଧରିଥିଲା। କିନ୍ତୁ ପରବର୍ତ୍ତୀ ମୁହୂର୍ତ୍ତରେ ନିଜେ ପାୱାର ଏହାକୁ ଖଣ୍ଡନ କରିଥିଲେ। ଗାନ୍ଧୀ ପରିବାର ସହ ବୈଠକ ପରେ ଶରଦ ପାୱାର ରାଷ୍ଟ୍ରପତି ପ୍ରାର୍ଥୀ ହେବେ ବୋଲି ନିର୍ବାଚନ ରଣନୀତିଜ୍ଞ ପ୍ରଶାନ୍ତ କିଶୋର କହିଥିଲେ।