ଷ୍ଟାଣ୍ଡରେ ଜଳିଗଲା ୭ ବସ୍

ଭୋପାଲ,ଏଜେନ୍ସି: ଭୋପାଲର ଦମୋହରେ ଗୁରୁବାର ବିଳମ୍ବିତ ରାତ୍ରିରେ ବସ୍ ଷ୍ଟାଣ୍ଡରେ ଛିଡା ହୋଇଥିବା ୭ଟି ବସରେ ନିଆଁ ଲାଗି ପୋଡ଼ିଯାଇଛି। ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ ପ୍ରଥମେ ଗୋଟିଏ ବସରେ ନିଆଁ ଲାଗିବା ଦେଖି ସେମାନେ ଦମକଳ ବାହିନୀକୁ ଖବର ଦେଇଥିଲେ। କିନ୍ତୁ ଦମକଳ ବାହିନୀ ଘଟଣାସ୍ଥଳକୁ ପହଞ୍ଚିବା ବେଳକୁ ପାଖରେ ଥିବା ଅନ୍ୟ ବସ ଗୁଡ଼ିକୁ ମଧ୍ୟ ନିଆଁ ବ୍ୟାପିଯାଇଥିଲା। ଅଗ୍ନିଶମ ବାହିନୀ ନିଆଁକୁ ଆୟତ୍ତ କରିବା ବେଳକୁ ୭ଟି ବସ୍ ପୋଡ଼ିଯାଇଥିଲା। ସୌଭାଗ୍ୟ ବଶତଃ ଅଗ୍ନିକାଣ୍ଡରେ କୌଣସି ଜୀବନ ହାନି ହୋଇନାହିଁ।

ସୂଚନା ଅନୁସାରେ ଅଗ୍ନିକାଣ୍ଡ ସମୟରେ ବସ୍ ଷ୍ଟାଣ୍ଡରେ ୫୦-୬୦ଟି ବସ୍ ଥିଲା। ତେବେ ବସରେ କିପରି ନିଆଁ ଲାଗିଲା ତାହା ଜଣାପଡ଼ିନଥିବା ବେଳେ ଏହାର ଯାଞ୍ଚ ପାଇଁ କମିସନରେଟ ପୁଲିସ ନିର୍ଦ୍ଦେଶ ଦେଇଛି।