ପାଟଣା,ଏନ୍ଏନ୍ଏସ୍:କେନ୍ଦୁଝର ଜିଲ୍ଲା ପାଟଣା ରେଞ୍ଜ ତଣ୍ଡ ବିଟ୍ ଅଧୀନ ପିଛୁଳାବେଡା ଗାଁ ନିକଟରେ ଥିବା ଅଟେଇ ସଂରକ୍ଷିତ ଜଙ୍ଗଲରୁ ୫୦୦ରୁ ଅଧିକ ଗଛକଟା ଘଟଣାରେ ୭ ଜଣ ଗିରଫ ହୋଇଛନ୍ତି। ପାଟଣା ବନବିଭାଗ ଗତକାଲି ରାତିରେ ପିଛୁଳାବେଡା ଗ୍ରାମରେ ଚଢ଼ଉ କରି ପିଛୁଳାବେଡା ଜଙ୍ଗଲ କମିଟିର ସଭାପତି ପ୍ରତାପ ମହାକୁଡ, ଛୋଟରାୟ ମୁଣ୍ଡା, କାଣ୍ଡେରାମ ମୁଣ୍ଡା, ଲକ୍ଷ୍ମଣ ମୁଣ୍ଡା, ମକରଧ୍ୱଜ ମୁଣ୍ଡା, ଟିମା ମୁଣ୍ଡା ଏବଂ ମନ ମୁଣ୍ଡାଙ୍କୁ ଗିରଫ କରିଛି। ଗିରଫ ପରେ ସେମାନଙ୍କୁ କୋର୍ଟ ଚାଲାଣ କରାଯାଇଛି।