ପାଟଣା,ଏନ୍ଏନ୍ଏସ୍: କେନ୍ଦୁଝର ଜିଲ୍ଲା ସାହାରପଡା ବ୍ଲକରୁ ୨ ଜାଲ ଶିକ୍ଷକ ଚିହ୍ନଟ ହୋଇଛନ୍ତି। ଦୁଇ ଶିକ୍ଷକ ହେଉଛନ୍ତି କୁଣ୍ଡଳା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ପୀତବାସ ରାଉତ ଏବଂ ସୁଧାଂଶୁ ଭୂଷଣ ପୁହାଣ। ସୁଧାଂଶୁ ବାଲିତୋଟା ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକତା କରୁଥିଲେ। ଉଭୟ ଗୌହାଟି ବିଶ୍ୱବିଦ୍ୟାଳୟର ବିଇଡି ପ୍ରମାଣପତ୍ର ଦେଇ ଚାକିରି କରିଥିଲେ। ଏହି ବିଇଡି ସାର୍ଟିଫିକେଟ ନକଲି ବୋଲି ଜଣାପଡିବା ପରେ ଡିପିସିଙ୍କ ନିର୍ଦ୍ଦେଶ ଅନୁସାରେ ସାହାରପଡା ବିଇଓ ପାଟଣା ଥାନାରେ ଅଭିଯୋଗ କରିଛନ୍ତି।