ଚୋରା ଚାଲାଣ ବେଳେ ୭.୮ କ୍ବିଣ୍ଟାଲ ଗଞ୍ଜେଇ ଜବତ : ଟ୍ରକ୍, ଟ୍ରାକ୍ଟର ଓ ଅଟୋ ସହ ୬ ଗିରଫ

ଫୁଲବାଣୀ,ଏନ୍ଏନ୍ଏସ୍: ରାୟଗଡ଼ା ଜିଲ୍ଲା ମୁନିଗୁଡା ପୁଲିସକୁ ମିଳିଛି ବଡ ସଫଳତା। ଢେପାଗୁଡା ନିକଟରେ ଟ୍ରକରେ ରାଜସ୍ଥାନ ଆଜମେରକୁ ଗଞ୍ଜେଇ ଚୋରା ଚାଲାଣ ପାଇଁ ଲୋଡିଂ ହେଉଥିବା ବେଳେ ଚଢ଼ଉ କରିଥିଲା ପୁଲିସ। ଘଟଣାରେ ୬ ଜଣ ଚୋରା ଚାଲାଣକାରୀକୁ ଗିରଫ କରାଯିବା ସହ ବ୍ୟବହୃତ ଟ୍ରକ୍, ଟ୍ରାକ୍ଟର, ଅଟୋ ସହ ୭.୮ କ୍ବିଣ୍ଟାଲ ଗଞ୍ଜେଇ ଜବତ କରିବାରେ ସଫଳ ହୋଇଛି।

ତେବେ ଜବତ ହୋଇଥିବା ଗଞ୍ଜେଇର ଆନୁମାନିକ ମୂଲ୍ୟ ପ୍ରାୟ ୭୮ ଲକ୍ଷରୁ ଊର୍ଦ୍ଧ୍ୱ ହେବ ବୋଲି ଜଣାପଡିଛି। ଗିରଫ ଚାଲାଣକାରୀ ମଧ୍ୟରେ ଜବତ ଟ୍ରକର ମାଲିକ, ଡ୍ରାଇଭର ଓ ସ୍ଥାନୀୟ ୪ ଜଣ ବ୍ୟବସାୟୀ ଅନ୍ତର୍ଭୁକ୍ତ। ଟ୍ରକଟି ବିଶାଖାପାଟଣାରୁ ଫେରୋ ନିକେଲ ନେଇ ରାଜସ୍ଥାନର ଆଜମେରକୁ ଯାଉଥିବା ବେଳେ ପୁଲିସ ବିଶ୍ବସ୍ତ ସୂତ୍ରରୁ ଖବର ପାଇ ଚଢ଼ଉ କରି ଗଞ୍ଜେଇ ଜବତ କରିବା ସହ ୬ ଜଣଙ୍କୁ ଗିରଫ କରିଛି। ଏହି ଘଟଣାରେ ଅନ୍ୟ କାହାର ସମ୍ପୃକ୍ତି ଥିବା ନେଇ ତଦନ୍ତ ଜାରି ରହିଥିବା କହିଛନ୍ତି ମୁନିଗୁଡା ଏସଡିପିଓ।