ମୃତ୍ୟୁ ସଂଖ୍ୟାରେ ଆସୁନି ସୁଧାର: ଆଉ ୪୨ ଜଣଙ୍କର ମୁଣ୍ଡ ନେଲା କରୋନା

ଭୁବନେଶ୍ୱର,ଏନ୍ଏନ୍ଏସ୍: କରୋନାରେ ଦୈନିକ ମୃତ୍ୟୁ ସଂଖ୍ୟାରୁ ତ୍ରାହି ମିଳିପାରିନି। ଗତ ୨୪ ଘଣ୍ଟାରେ ୪୨ ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଥିବା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଜଣାଇଛି। ଏହି ପରିପ୍ରେକ୍ଷୀରେ ଆଜି ଖୋର୍ଦ୍ଧା ଜିଲ୍ଲାରୁ ୮ ଜଣ, ବରଗଡରୁ ୫ ଜଣ, ସୁନ୍ଦରଗଡରୁ ୪ ଜଣ, ଅନୁଗୁଳ, ଗଞ୍ଜାମ, ଝାରସୁଗୁଡା ଓ ସମ୍ବଲପୁରରୁ ୩ ଜଣ ଲେଖାଏଁ ପ୍ରାଣ ହରାଇଛନ୍ତି।

ସେହିଭଳି ଢେଙ୍କାନାଳ, ଜଗତସିଂହପୁର, ଯାଜପୁର, କଳାହାଣ୍ଡି, ନୟାଗଡ ଓ ପୁରୀରୁ ୨ ଜଣ ଲେଖାଏଁ ଏବଂ କେନ୍ଦୁଝର ଜିଲ୍ଲାର ଜଣେ କରୋନାରେ ପ୍ରାଣ ହରାଇଛି। ଏହି ୪୨ ଜଣ ମୃତକଙ୍କୁ ମିଶାଇ ରାଜ୍ୟରେ ମୋଟ ମୃତ୍ୟୁ ସଂଖ୍ୟା ୪,୧୯୬କୁ ବୃଦ୍ଧି ପାଇଛି।