ମହିଳାଙ୍କୁ ବୀଭତ୍ସ ହତ୍ୟା, ଗୁଣିଗାରେଡି ସନ୍ଦେହରେ ଜଘନ୍ୟ ହତ୍ୟାକାଣ୍ଡ

କରଞ୍ଜିଆ,ଏନ୍ଏନ୍ଏସ୍: କେନ୍ଦୁଝର ଜିଲ୍ଲା କରଞ୍ଜିଆ ଥାନା ବାଲିଭୋଳ ଗାଁରେ ମହିଳାଙ୍କୁ ବୀଭତ୍ସ ଭାବେ ହତ୍ୟା କରି ରାସ୍ତାରେ ପକାଇ ଚାଲିଯାଇଛନ୍ତି ଦୁର୍ବୃତ୍ତ। ସୂଚନାଯୋଗ୍ୟ ଯେ, କେନ୍ଦୁଝର ଜିଲ୍ଲା କରଞ୍ଜିଆ ଥାନା ବାଲିଭୋଳ ଗାଁରୁ ମହିଳାଙ୍କ ମୃତଦେହ ଉଦ୍ଧାର ହୋଇଛି। ଗଣ୍ଡି ଓ ମୁଣ୍ଡ ଅଲଗା କରି ଗାଁ ରାସ୍ତାରେ ପକାଇ ଦେଇଛି ଦୁର୍ବୃତ୍ତ।

ଶନିବାର ବିଳମ୍ବିତ ରାତିରେ ଶୂନଶାନ ପରିବେଶର ସୁଯୋଗ ନେଇ ଏଭଳି କାଣ୍ଡ ହୋଇଥିବା କୁହାଯାଉଛି। ମୃତ ମହିଳା ଜଣଙ୍କ ହେଲେ ଉକ୍ତ ଗାଁ’ର ଯମୁନା ହାଁସଦା। ଗୁଣିଗାରେଡି ପାଇଁ ମହିଳାଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି। ଘଟଣାସ୍ଥଳରେ କରଞ୍ଜିଆ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।