ରାୟଗଡ଼ାରେ ଆଜି ୬୮ କରୋନା ପଜିଟିଭ

ରାୟଗଡ଼ା,ଏନ୍ଏନ୍ଏସ୍: ଆଜି ରାୟଗଡା ଜିଲ୍ଲାରୁ ୬୮ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଆଜିର ୬୮ ଆକ୍ରାନ୍ତଙ୍କ ମଧ୍ୟରୁ ୧୨ ଜଣ ପୁଲିସ କର୍ମଚାରୀ ଥିବା ପିଡି, ଡିଆରଡିଏ ଅମୃତ ଋତୁରାଜ ସୂଚନା ଦେଇଛନ୍ତି। ବର୍ତ୍ତମାନ ସୁଦ୍ଧା ଜିଲ୍ଲାରୁ ୬୦୦ ଜଣ କରୋନା ଆକ୍ରନ୍ତ ଚିହ୍ନଟ ହୋଇଥିବା ବେଳେ ୩୩୬ ଜଣ ସୁସ୍ଥହୋଇ ଘରକୁ ଫେରିଥିବାବେଳେ ୪ ଜଣଙ୍କ ମୃତ୍ୟୁ ହୋଇଛି। ଆକ୍ରାନ୍ତମାନେ ସ୍ଥାନୀୟ ତାଡମା, ବିଷମକଟକ ଏବଂ ଗୁଣପୁର କୋଭିଡ କେୟାର ସେଣ୍ଟର ଏବଂ ଜେକେପୁରସ୍ଥିତ କୋଭିଡ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବାରୁ ବିଚଳିତ ନ ହେବାପାଇଁ ଜିଲ୍ଲାବାସୀଙ୍କୁ ପିଡି, ଡିଆରଡିଏ ନିବେଦନ କରିଛନ୍ତି। ଅଗଷ୍ଟ ୫ ସୁଦ୍ଧା ବିଷମକଟକ ଏବଂ ଗୁଣପୁରରେ ୧୪୦୦ ଶଯ୍ୟା କୋଭିଡ କେୟାର ସେଣ୍ଟର କାର୍ଯ୍ୟକ୍ଷମ ହେବ ବୋଲି ସୂଚନା ମିଳିଛି।