ରାଜ୍ୟରେ ସୁସ୍ଥହେଲେ ୫୮୧ କରୋନା ଆକ୍ରାନ୍ତ, ଆରୋଗ୍ୟଙ୍କ ସଂଖ୍ୟା୧୭,୩୭୩କୁ ବୃଦ୍ଧି

ଭୁବନେଶ୍ୱର,ଏନ୍ଏନ୍ଏସ୍: ଆଜି ରାଜ୍ୟରେ ୫୮୧ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏହାକୁ ମିଶାଇ ମୋଟ୍ ଆରୋଗ୍ୟଙ୍କ ସଂଖ୍ୟା୧୭,୩୭୩କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ଆଜି ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ ୧୬୦ ଜଣ ସୁସ୍ଥ ହୋଇଥିବାବେଳେ ଖୋର୍ଦ୍ଧା ଜିଲ୍ଲାରୁ ୭୭ଜଣ, ଜଗପତି ଜିଲ୍ଲାରୁ ୪୩ଜଣ, କଟକରୁ ୩୪ଜଣ, ମାଲକାନଗିରିରୁ ୩୨ ଜଣ, ବରଗଡରୁ ୨୫ ଜଣ, ଭଦ୍ରକରୁ ୨୩ ଜଣ, କେନ୍ଦୁଝରରୁ ୧୯ଜଣ, ଅନୁଗୁଳ ଓ କନ୍ଧମାଳରୁ ୧୭ଜଣ ଲେଖାଏଁ ସୁସ୍ଥ ହୋଇଛନ୍ତି।

ସେହିପରି ଜଗତସିଂହପୁର ଓ ସମ୍ବଲପୁରରୁ ୧୪ଜଣ ଲେଖାଏଁ ସୁସ୍ଥ ହୋଇଥିବାବେଳେ ମୟୂରଭଞ୍ଜ, ରାୟଗଡା, ସୁନ୍ଦରଗଡରୁ ୧୨ଜଣ ଲେଖାଏଁ, ବାଲେଶ୍ୱରରୁ ୧୦ ଜଣ, ଝାରସୁଗୁଡା ଓ କେନ୍ଦ୍ରାପଡାରୁ ୯ଜଣ ଲେଖାଏଁ, ଢେଙ୍କାନାଳରୁ ୮ଜଣ, ଯାଜପୁରରୁ ୭ ଜଣ , ବଲାଙ୍ଗିରିରୁ ୬ଜଣ, ବୌଦ୍ଧରୁ ୫ଜଣ, ଦେବଗଡରୁ ୩ଜଣ, ନବରଙ୍ଗପୁରରୁ୨ଜଣ, କୋରାପୁଟ ଓ ନୟାଗଡରୁ ଜଣେ ଲେଖାଏଁ ସୁସ୍ଥ ହୋଇଛନ୍ତି।