ଚିନ୍ତା ବଢାଇଲା କରୋନା, ରାୟଗଡାର ଏକ ହଷ୍ଟେଲରୁ ୬୪ ଛାତ୍ର ପଜିଟିଭ୍ ଚିହ୍ନଟ

ରାୟଗଡା,ଏନ୍ଏନ୍ଏସ୍: ପୁଣି ଚିନ୍ତା ବଢାଇଲାଣି କରୋନା। ୬୪ ଛାତ୍ର କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ରାୟଗଡାର କୋଟଲାଗୁଡା ସ୍ଥିତ ଅନ୍ୱେଷା ହଷ୍ଟେଲର ୬୪ ଜଣ ଛାତ୍ର କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ତେବେ ଛାତ୍ରମାନଙ୍କ ଠାରେ କରୋନା ଲକ୍ଷଣ ଦେଖାଯାଇନଥିବା ବେଳେ ସମସ୍ତେ ସୁସ୍ଥ ଥିବା ଜଣାପଡିଛି।

ସେପଟେ ରାୟଗଡା ଜିଲ୍ଲା ମଙ୍ଗଳ ଅଧିକାରୀ ଅଶୋକ କୁମାର ଶତପଥୀ ହଷ୍ଟେଲରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି। ଗତ ୪ ତାରିଖରେ ସ୍ୱାସ୍ଥ୍ୟ ବିଭାଗର ଆରଆରଟି ଟିମ ପକ୍ଷରୁ ଏକ ହଷ୍ଟେଲରେ ରହୁଥିବା ୨୫୭ ଜଣ ପିଲାଙ୍କ ଟେଷ୍ଟ କରାଯାଇଥିଲା। ଏଥିରେ ୪୪ ଛାତ୍ରଙ୍କ ନମୁନା ପଜିଟିଭ ବାହାରିଥିଲା।

ସେହିପରି ବିଷମକଟକର ଏକ ବିଦ୍ୟାଳୟରେ ୨୦ ଛାତ୍ର ପଜିଟିଭ ବାହାରିଛନ୍ତି। ତେବେ ରାଜ୍ୟରେ କରୋନା ଏବେ ତଳ ମୁହାଁ ରହିଛି। ରାଜ୍ୟରେ ଦୈନିକ ସଂକ୍ରମଣ ଏବେ ୧୦ରୁ ୨୦ ଭିତରେ ରହୁଛି। ସେପଟେ ଛାତ୍ରଛାତ୍ରୀ କରୋନା ପଜିଟିଭ ହେବା ପରେ ଚିନ୍ତା ବଢିବାରେ ଲାଗିଲାଣି।