ବାତ୍ୟା ଲ୍ୟାଣ୍ଡଫଲ କରିବନି- ଆଇଏମଡି ଡିଜି

ଭୁବନେଶ୍ୱର,ଏନ୍ଏନ୍ଏସ୍: ୧୦ ତାରିଖ ରାତିରେ ବାତ୍ୟା ଦିଗ ପରିବର୍ତ୍ତନ କରିବ। ଦିଗ ବଦଳାଇବା ପରେ ବାତ୍ୟା ଆଉ ସ୍ଥଳ ଭାଗ ଛୁଇଁବନି। ଓଡିଶା ହେଉ କି ଆନ୍ଧ୍ର , ବାତ୍ୟା କେଉଁଠାରେ ଲ୍ୟାଣ୍ଡଫଲ କରିବନି। ଏ ନେଇ ସୂଚନା ଦେଇଛନ୍ତି ଆଇଏମଡି ଡିଜି ମୃତ୍ୟୁଂଜୟ ମହାପାତ୍ର। ବାତ୍ୟା ଲ୍ୟାଣ୍ଡଫଲ ନ କରି ବାତ୍ୟା ସମୁଦ୍ର ଉପରେ ଚାଲିଯିବ। ସମାନ୍ତରାଳ ଭାବେ ସମୁଦ୍ର ରେ ଓଡିଶା ଉପକୂଳ ଦେଇଯିବ।

୯ ତାରିଖରୁ ସମୁଦ୍ର ଅଶାନ୍ତ ରହୁଥିବାରୁ ମତ୍ସଜୀବୀ ଙ୍କୁ ବାରଣ କରାଯାଇଛି। ସମୁଦ୍ର ରେ ଥିବା ମତ୍ସ୍ୟଜୀବୀ ୮ ସୁଦ୍ଧା ଚାଲି ଆସିବାକୁ ପରାମର୍ଶ ଦିଆଯାଇଛି। ଗଂଜାମ, ଗଜପତି, ଖୋର୍ଦ୍ଧା, ଜଗତସିିଂହପୁର, ପୁରୀରେ ବର୍ଷା ହେବ।