ଭୁବନେଶ୍ୱର,ଏନ୍ଏନ୍ଏସ୍: ଦେବଗଡ ବିଧାୟକ ସୁବାସ ପାଣିଗ୍ରହୀଙ୍କୁ ମିଳିଲା ଜାମିନ୍। ବିଧାୟକ ଓ ୨ ସହଯୋଗୀଙ୍କୁ ସର୍ତ୍ତମୂଳକ ଜାମିନ୍ ଦେଇଛନ୍ତି ଜିଲ୍ଲା ଜଜ୍। ୫୦ ହଜାର ଟଙ୍କାର ବ୍ୟକ୍ତିଗତ ମୁଚାଲିକାରେ ଜାମିନ ଦୋଇଛନ୍ତି କୋର୍ଟ। ଏନେଇ ବିଧାୟକ ସୁବାସ ପାଣିଗ୍ରାହୀଙ୍କ ଓକିଲ ସୂଚନା ଦେଇଛନ୍ତି।
ସୂଚନା ଅନୁସାରେ, ଗତ ଏକ ତାରିଖଠାରୁ ବିଚାର ବିଭାଗୀୟ ହାଜତରେ ରହିଛନ୍ତି ବିଧାୟକ ସୁବାସ ପାଣିଗ୍ରାହୀ। ତିଲେଇବଣୀ ବ୍ଲକ ବିଡିଓଙ୍କ ସହ ବିବାଦ ଯୋଗୁଁ ପୋଲିସ ତାଙ୍କୁ ଭୁବନେଶ୍ୱରରୁ ଗିରଫ କରିଥିଲା। ପରେ ଦେହ ଅସୁସ୍ଥ ଯୋଗୁଁ କଡା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ବୁର୍ଲା ବଡ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ଆଉ ଆଜି ଜାମିନ ଆବେଦନ ମଞ୍ଜୀରୁ ମଧ୍ୟ ହୋଇଛି। ଯାହାକୁ ଜେଲରୁ ମୁକୁଳିବାର ବାଟ ଫିଟିଯାଇଛି।