ଆଜିଠୁ ଖୋଲିବ ସମସ୍ତ ବୈଷୟିକ ଶିକ୍ଷାନୁଷ୍ଠାନ

ଭୁବନେଶ୍ୱର,ଏନ୍ଏନ୍ଏସ୍: ଆଜିଠୁ ରାଜ୍ୟର ସମସ୍ତ ବୈଷୟିକ ଶିକ୍ଷାନୁଷ୍ଠାନ ଖୋଲିବ। ସ୍ନାତକ, ସ୍ନାତକୋତ୍ତର, ଆଇଟିଆଇ, ଡିପ୍ଲୋମା ଓ ଇଞ୍ଜିନିୟରିଂର ସମସ୍ତ ଛାତ୍ରଛାତ୍ରୀ କ୍ଲାସ ରୁମରେ ପାଠପଢ଼ା ଆରମ୍ଭ କରିବେ। ଦୀର୍ଘ ୪ ମାସ ହେଲା କରୋନାର ଦ୍ୱିତୀୟ ଲହରକୁ ଦୃଷ୍ଟିରେ ରଖି ସମସ୍ତ ବୈଷୟିକ ଶିକ୍ଷାନୁଷ୍ଠାନ ବନ୍ଦ ରହିଥିଲା। ସେହିପରି ଅଗଷ୍ଟ ୯ ତାରିଖରୁ ଶେଷ ବର୍ଷର ଛାତ୍ରଛାତୀଙ୍କ ପାଇଁ କ୍ଲାସରୁମରେ ପାଠପଢା ଆରମ୍ଭ ହୋଇଥିଲା। କୋଭିଡ କଟକଣାରେ ଭିତରେ କ୍ଲାସ ରୁମରେ ପାଠପଢା ଯିବ। ସମସ୍ତଙ୍କୁ କୋଭିଡର ଗାଇଡଲାଇନ ମାନିବାକୁ ପଡିବ।

ଏହାସହିତ ମାସ୍କ ଓ ସାମାଜିକ ଦୂରତାକୁ ବାଧ୍ୟତାମୂଳକ କରାଯାଇଛି। ଶିକ୍ଷାନୁଷ୍ଠାନରେ ହାତ ସାନିଟାଇଜ୍ ବ୍ୟବସ୍ଥା କରାଯାଇଛି। ପ୍ରତିଦିନ କ୍ଲାସରୁମକୁ ସାନିଟାଇଜ ମଧ୍ୟ କରାଯାଉଛି।