ଲଦାଖରେ ବ୍ରୋ’ର ୬୩ ପ୍ରକଳ୍ପର ଉଦଘାଟନ କରିବେ ପ୍ରତିରକ୍ଷା ମନ୍ତ୍ରୀ

ନୂଆଦିଲ୍ଲୀ,ଏଜେନ୍ସି: ତିନି ଦିନିଆ ଲଦାଖ ଗସ୍ତରେ ଅଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ। ଆଜି(ସୋମବାର) ବର୍ଡର ରୋଡ ଅରଗାନାଇଜେସନ(ବ୍ରୋ) ଦ୍ୱାରା ୬୩ ଭିତ୍ତିଭୂମି ପ୍ରକଳ୍ପର ଉଦଘାଟନ କରିବେ ରାଜନାଥ ସିଂ। ଏନେଇ ଟୁଇଟ କରି ସୂଚନା ଦେଇଛନ୍ତି ପ୍ରତିରକ୍ଷା ମନ୍ତ୍ରୀ। ଏହା ସହିତ ସ୍ଥାନୀୟ ପ୍ରଶାସନ ଦ୍ୱାରା ଆୟୋଜିତ କରାଯାଇଥିବା କାର୍ଯ୍ୟକ୍ରମରେ ଅପରାହ୍ଣ ୨ଟାରୁ ୪ଟା ମଧ୍ୟରେ ଯୋଗଦେବେ।

ଏହା ପରେ ଯବାନମାନଙ୍କ ସହ ସନ୍ଧ୍ୟା ୭ଟାରେ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି। ରବିବାର ଲଦାଖ ସ୍ୱୟଂଶାସିତ ପର୍ବତ ବିକାଶ ପରିଷଦର ପ୍ରତିନିଧିମାନଙ୍କୁ ଭେଟିଥିଲେ ପ୍ରତିରକ୍ଷା ମନ୍ତ୍ରୀ। ବରିଷ୍ଠ ସେନା ଅଧିକାରୀଙ୍କ ସହିତ ଏଲଏସିରେ ସୁରକ୍ଷା ସ୍ଥିତି ସମୀକ୍ଷା କରିଥିଲେ। ନିକଟରେ କୋଚି ଓ କରୱାର ଗସ୍ତ କରିଥିଲେ ରାଜନାଥ ସିଂ। କୋଚିରେ ଚାଲିଥିବା ସ୍ୱଦେଶୀ ବିମାନ ପରିବହନକାରୀ (ଆଇଏସି) ନିର୍ମାଣ କାର୍ଯ୍ୟର ଅଗ୍ରଗତିର ସମୀକ୍ଷା କରିଥିଲେ। ଏହା ସହିତ କର୍ଣ୍ଣାଟକର କରୱାର ନାଭାଲ ବେସ ଗସ୍ତ କରି ସେଠାରେ ପ୍ରୋଜେକ୍ଟ ସିବାର୍ଡ ଅଧୀନରେ ଚାଲିଥିବା ଭିତ୍ତିଭୂମି ବିକାଶର ଅଗ୍ରଗତିର ସମୀକ୍ଷା କରିଥିଲେ ରାଜନାଥ। ସ୍ୱଦେଶୀ ବିମାନ ପରିବହନକାରୀ (ଆଇଏସି) ଭାରତୀୟ ନୌସେନା ନିର୍ଦ୍ଦେଶାଳୟ ଦ୍ୱାରା ପ୍ରସ୍ତୁତ କରାଯାଇଛି।