ବାର କର୍ମଚାରୀଙ୍କୁ ଛୁରା ମାଡ଼ କରି ହତ୍ୟା ଘରଣାରେ ୬ ଗିରଫ; ବିଏମଡବ୍ଲୁ କାର, ପଲସର ବାଇକ୍ ଓ ଛୁରା ଜବତ

ଖୋର୍ଦ୍ଧା,ଏନ୍ଏନ୍ଏସ୍: ଗତ ୧୪ ତାରିଖ ସନ୍ଧ୍ୟାରେ ଖୋର୍ଦ୍ଧା ଉପରସାହି ଅଞ୍ଚଳର ଜଣେ ବାର କର୍ମଚାରୀଙ୍କୁ ହତ୍ୟା କରାଯାଇଥିବା ଘଟଣାରେ ଆଜି ପୁଲିସ ୬ ଜଣଙ୍କୁ ଗିରଫ କରିଛି। ଏହି ହତ୍ୟାକାଣ୍ଡ ମାମଲାରେ ଖୋର୍ଦ୍ଧା ଏସପିଙ୍କ ନେତୃତ୍ୱରେ ପାଞ୍ଚଟି ଟିମ ଗଠନ କରାଯାଇ ତଦନ୍ତ ଆରମ୍ଭ ହୋଇଥିଲା। ଏହି ପରିପ୍ରେକ୍ଷୀରେ ଆଜି ରଣପୁର ଜଙ୍ଗଲରୁ ୬ ଜଣ ଅପରାଧୀଙ୍କୁ ଗିରଫ କରାଯାଇଥିବା ଏକ ସାମ୍ବାଦିକ ସମ୍ମିଳନୀରେ ଏସପି ସୂଚନା ଦେଇଛନ୍ତି। ଏହା ସହ ହତ୍ୟାରେ ବ୍ୟବହାର ହୋଇଥିବା ବିଏମଡ଼ବ୍ଲୁ କାର, ପଲସର ବାଇକ୍ ଓ ଛୁରା ଜବତ କରାଯାଇଛି।

ଏସପିଙ୍କ ସୂଚନା ଅନୁଯାୟୀ ଅପରାଧୀମାନେ ଭୁବନେଶ୍ୱର ନୟାପଲ୍ଲୀ ଅଞ୍ଚଳରେ ଜଣେ ଗାଡି ଚାଳକକୁ ଆକ୍ରମଣ କରିବା ପରେ ଖୋର୍ଦ୍ଧା ପାଢ଼ୀ ବାରକୁ ଯାଇଥିଲେ। ସେଠାରେ ଗାଡି ପର୍କିଂକୁ ନେଇ ବାର କର୍ମଚାରୀଙ୍କ ସହ ସେମାନଙ୍କ ଗଣ୍ଡଗୋଳ ହୋଇଥିଲା। ଏଥିରେ ଉତ୍ତେଜିତ ହୋଇ ୬ ଜଣ ଦୁର୍ବୃତ୍ତ ମିଶି ବାର କର୍ମଚାରୀଙ୍କୁ ହତ୍ୟା କରିଥିଲେ। ସେହିପରି ସେମାନଙ୍କ ନାମରେ ପୂର୍ବରୁ ବହୁ ମାମଲା ରହିଥିବା ଜଣାପଡିଛି।