ଟ୍ରାଫିକ ଡିସିପି ସାଗରିକା ନାଥଙ୍କୁ ବିଦାୟ ସମ୍ବର୍ଦ୍ଧନା

ଭୁବନେଶ୍ୱର, ଏନ୍ଏନ୍ଏସ୍: ସୁନ୍ଦରଗଡ଼ ଏସପି ଭାବେ ବଦଳି ହୋଇଥିବା ଟ୍ରାଫିକ ଡିସିପି ସାଗରିକା ନାଥଙ୍କୁ ପୁଲିସ ଭବନରେ ବିଦାୟକାଳୀନ ସମ୍ବର୍ଦ୍ଧନା ଦିଆଯାଇଛି। ଏହି ଅବସରରେ ସାଗରିକା କହିଛନ୍ତି କି, ପୁଲିସ ଚାକିରି ଜୀବନରେ ବଦଳି ହେବା ସ୍ୱାଭାବିକ କଥା। ଆଜି ଏଠାରେ ତ ପୁଣି କାଲି ଆଉ କେଉଁଠି ଦେଖାହେବ। କମିଶନରେଟ ପୁଲିସରେ ଟ୍ରାଫିକ ଦାୟିତ୍ୱ ତୁଲାଇବା ବେଳେ ବହୁତ କିଛି ଶିଖିଛି। ମୋ ଜୀବନର ଗୋଟିଏ ନୀତି ହେଉଛି ‘କଭି ଅଲବିଦା ନା କେହେନା।’ ଉକ୍ତ କାର୍ଯ୍ୟକ୍ରମରେ ସେ ସମସ୍ତ ଉଚ୍ଚପଦସ୍ଥ ଅଧିକାରୀ ଓ ପୁରା ପୁଲିସ ଟିମକୁ ଧନ୍ୟବାଦ ଜଣାଇବା ସହ ଗଣମାଧ୍ୟମଠାରୁ ସମ୍ପୂର୍ଣ୍ଣ ସହଯୋଗ ପାଇଥିବା ମଧ୍ୟ ପ୍ରକାଶ କରିଛନ୍ତି।