ବଲାଙ୍ଗିର,ଏନ୍ଏନ୍ଏସ୍: ସିବିଏସ୍ଇ ବୋର୍ଡ ପରୀକ୍ଷାରେ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ସଂଗଠନରେ ବଲାଙ୍ଗିର ଜିଲ୍ଲା ପଥରଚେପାଠାରେ ଥିବା ଓଡ଼ିଶା ଆଦର୍ଶ ବିଦ୍ୟାଳୟର ଛାତ୍ରୀ ସଂସ୍କୃତି ଖମାରୀ ରାଜ୍ୟସ୍ତରରେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି। ସଂସ୍କୃତି ସମୁଦାୟ ୫୦୦ରୁ ୪୯୪ (୯୮.୮୦%) ମାର୍କ ରଖିଛନ୍ତି। ଭବିଷ୍ୟତରେ ଚିକିତ୍ସା ବିଜ୍ଞାନରେ ଜଣେ ପ୍ରଫେସର ହେବା ଏବଂ ସମାଜକୁ ସ୍ୱାସ୍ଥ୍ୟ ସମ୍ବନ୍ଧରେ ଅଧିକ ସଚେତନ କରାଇବା ମୋର ଲକ୍ଷ୍ୟ ବୋଲି ସଂସ୍କୃତି କହିଛନ୍ତି । ଏଥିସହିତ ନିଜ ସଫଳତାର ଶ୍ରେୟ ସଂସ୍କୃତି ବାପା ବଳରାମ ଖମାରୀ, ମା’ ସ୍ୱରୁପାରାଣୀ ଠାକୁର, ଭାଇ ସ୍ୱୟଂ ସମ୍ପନ୍ନ ଖମାରୀ, ଜିଲ୍ଲା ଶିକ୍ଷାଧିକାରୀ ଧ୍ରୁବ ଚରଣ ବେହେରା ଓ ବିଦ୍ୟାଳୟର ଅଧ୍ୟକ୍ଷ କ୍ଷମାନିଧି ଝାଙ୍କରଙ୍କୁ ଦେଇଛନ୍ତି। ସେହିପରି ଓଡ଼ିଶା ଆଦର୍ଶ ବିଦ୍ୟାଳୟର ଛାତ୍ର ରିକନ ମହାକୁଡ଼ ରାଜ୍ୟସ୍ତରରେ ଚତୁର୍ଥ ସ୍ଥାନ ଅଧିକାର କରିଛନ୍ତି। ରିକନ ସର୍ବମୋଟ ୫୦୦ରୁ ୪୮୮ (୯୭.୬%) ମାର୍କ ରଖିଛନ୍ତି। ସେ ହେଉଛନ୍ତି ଗୋପାଳ ଚନ୍ଦ୍ର ମହାକୁଡ଼ ଓ ସନ୍ତୋଷିନୀ ମହାକୁଡ଼ଙ୍କ ପୁଅ।