ପୁନେରେ ପଞ୍ଚମରୁ ଅଷ୍ଟମ ଯାଏଁ ଖୋଲିଲା ସ୍କୁଲ

ମୁମ୍ବାଇ,ଏଜେନ୍ସି: ଦୀର୍ଘ ୧୧ ମାସ ପରେ ଆଜିଠୁ ମହାରାଷ୍ଟ୍ରର ପୁନେରେ ପଞ୍ଚମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ବିଦ୍ୟାଳୟ ଖୋଲିଛି। ବିଦ୍ୟାଳୟରେ ପାଠ୍ୟକ୍ରମ କରୋନା କଟକଣା ସହିତ ହେବାକୁ ଥିବାବେଳେ ଏତେ ସମୟ ବ୍ୟବଧାନରେ ବିଦ୍ୟାଳୟରେ ପାଠ ପଢୁଥିବାରୁ ଛାତ୍ରଛାତ୍ରୀମାନେ ଖୁସିବ୍ୟକ୍ତ କରିଛନ୍ତି।

ପୁନେ ମୁନିସିପାଲ କର୍ପୋରେସନର ପଣ୍ଡିତ ଦିନଦୟାଲ ଉପାଧ୍ୟାୟ ବିଦ୍ୟାମନ୍ଦିରର ଛାତ୍ରଛାତ୍ରୀମାନେ ଦୀର୍ଘ ଦିନ ପରେ ବିଦ୍ୟାଳୟ ପରିସରରେ ପାଠ ପଢୁଥିବାରୁ ଖୁସିଥିବା କରିଛନ୍ତି। ତେବେ ସମସ୍ତ ଛାତ୍ରଛାତ୍ରୀ ମାସ୍କ ପିନ୍ଧି ଏବଂ ସାମାଜିକ ଦୂରତା ବଜାୟ ରଖିବା ସହିତ ସମସ୍ତ କୋଭିଡ ନିୟମକୁ ମାନି ଶିକ୍ଷା ଗ୍ରହଣ କରୁଥିବା ଦେଖିବାକୁ ମିଳିଛି।

ପୁନେ ମୁନିସିପାଲ କର୍ପୋରେସନ ଜାନୁଆରୀ ୨୨ ତାରିଖରେ ଚଳିତ ବର୍ଷ ଫେବୃଆରୀ ୧ ତାରିଖରୁ ପଞ୍ଚମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ବିଦ୍ୟାଳୟ ଖୋଲିବା ପାଇଁ ନିର୍ଦ୍ଦେଶ ଦେଇଥିଲା।