ନୂଆଦିଲ୍ଲୀ,ଏଜେନ୍ସି: ଜାରି ରହିଛି ୨୦୨୧ ଆର୍ଥିକ ବର୍ଷର ବଜେଟ ଉପସ୍ଥାପନ। ଏଥିରେ ବିଦ୍ୟୁତ କ୍ଷେତ୍ର ପାଇଁ ବଡ ଘୋଷଣା କରିଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ସରକାରଙ୍କ ପକ୍ଷରୁ ୩ ଲକ୍ଷ କୋଟିରୁ ଅଧିକ ବ୍ୟୟର ଯୋଜନା ଲଞ୍ଚ ହେବାକୁ ଯାଉଛି, ଯାହାକି ଦେଶର ବିଦ୍ୟୁତ ସହ ଜଡିତ ଇନଫ୍ରାଷ୍ଟ୍ରକଚରକୁ ମଜଭୁତ କରିବା ଦିଗରେ କାର୍ଯ୍ୟ କରିବ।
ସରକାରଙ୍କ ପକ୍ଷରୁ ହାଇଡ୍ରୋଜେନ ପ୍ଲାଣ୍ଟ ତିଆରି ମଧ୍ୟ ଘୋଷଣା କରାଯାଇଛି। ବିଦ୍ୟୁତ କ୍ଷେତ୍ରରେ ପିପିପି ମଡେଲ ଅନ୍ତର୍ଗତ ଅନେକ ପ୍ରୋଜେକ୍ଟ ସମ୍ପୂର୍ଣ୍ଣ କରାଯିବ। ଉଜ୍ୱଳା ଯୋଜନାରେ ଆଉ ୧ କୋଟି ଲୋକଙ୍କୁ ଯୋଡ଼ାଯିବ। ଶକ୍ତି କ୍ଷେତ୍ର ପାଇଁ ୩.୦୫ ଲକ୍ଷ କୋଟି ବ୍ୟୟବରାଦ ହୋଇଛି।
ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଘୋଷଣା କରିଛନ୍ତି ଯେ ଉଜ୍ୱଳା ଯୋଜନା ଅନ୍ତର୍ଗତ ଏକ କୋଟି ହିତାଧିକାରୀଙ୍କୁ ଯୋଡାଯିବ। ବର୍ତ୍ତମାନ ସୁଦ୍ଧା ୮ କୋଟି ଲୋକଙ୍କୁ ଉଜ୍ୱଳା ଯୋଜନାରେ ଯୋଡା ଯାଇଛି। ସେପଟେ ପ୍ରଥମ ଥର ପାଇଁ କେନ୍ଦ୍ରଶାସିତ ଅଞ୍ଚଳ ଜାମ୍ମୁ-କାଶ୍ମୀରେ ମଧ୍ୟ ଗ୍ୟାସ ପାଇପଲାଇନର ଶୁଭାରମ୍ଭ ହେବ।