ଭାରତୀୟ ସ୍ଥଳସେନାର ଉପମୁଖ୍ୟ ଭାବେ ଦାୟିତ୍ୱ ନେଲେ ଚଣ୍ଡୀ ପ୍ରସାଦ

ନୁଆଦିଲ୍ଲୀ,ଏଜେନ୍ସି: ଭାରତୀୟ ସ୍ଥଳ ସେନାର ଉପମୁଖ୍ୟ ଭାବେ ଦାୟିତ୍ୱ ନେଲେ ଲେଫ୍ଟନାଣ୍ଡ ଜେନେରାଲ ଚଣ୍ଡୀ ପ୍ରସାଦ ମହାନ୍ତି। ପ୍ରଥମ ଓଡ଼ିଆ ଭାବେ ସେ ଏହି ଦାୟିତ୍ୱ ଭାର ଗ୍ରହଣ କରିଛନ୍ତି।

୧୯୮୨ ମସିହାରେ ରାଜପୁତ ରେଜିମେଣ୍ଟରେ ତାଙ୍କୁ ନିଯୁକ୍ତ କରାଯାଇଥିଲା। ସେ ସାଉଥ କମାଣ୍ଡର ମୁଖ୍ୟ ଭାବରେ କାର୍ଯ୍ୟ କରିଥିଲେ। ଗତ ୨ ସପ୍ତାହ ତଳେ ତାଙ୍କୁ ୪୨ ତମ ସ୍ଥଳସେନା ଉପମୁଖ୍ୟ ଭାବେ ନିଯୁକ୍ତ କରାଯାଇଥିଲା। ଏହି ପରିପ୍ରେକ୍ଷୀରେ ଆଜି ବିଧିବଦ୍ଧ ଭାବେ ସେ ଦାୟିତ୍ୱ ଭାର ଗ୍ରହଣ କରିଛନ୍ତି।

ସେ ଜଗତସିଂହପୁରର ଜିତେନ୍ଦ୍ର କୁମାର ମହାନ୍ତି ଓ ସାରଦା କୁମାରୀ ମହାନ୍ତିଙ୍କ ଘରେ ଜନ୍ମଗ୍ରହଣ କରିଥିଲେ।