ବାରିପଦା, ଏନ୍ଏନ୍ଏସ୍: ଆଜି ମୟୂରଭଞ୍ଜ ଜିଲ୍ଲାରୁ ୫୭ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ବୃଦ୍ଧି ପାଇ ୧୨, ୨୫୭ରେ ପହଞ୍ଚିଛି। ସେହିପରି ୧୧ ତାରିଖ ପର୍ଯ୍ୟନ୍ତ ଜିଲ୍ଲାରେ ଆରୋଗ୍ୟ ସଂଖ୍ୟା ୧୧, ୪୨୦ରେ ପହଞ୍ଚିଛି। ଆଜି ଜିଲ୍ଲାରେ କରୋନାରେ ଆକ୍ରାନ୍ତ ହୋଇ ଚିକିତ୍ସାଧୀନ ଥିବା ଜଣେ ୬୫ ବର୍ଷ ବୟସର ବୃଦ୍ଧଙ୍କର ମୃତ୍ୟୁ ହୋଇଥିବାର ଜଣାପଡ଼ିଛି। ଆଜକୁ ମିଶାଇ ମୟୂରଭଞ୍ଜରୁ ମୋଟ ୭୬ ଜଣଙ୍କର ମୃତ୍ୟୁ ହୋଇଛି।।