କଳକାରଖାନାରୁ ନିର୍ଗତ ପାଉଁଶ ଏଣେ ତେଣେ ନପକାଇବା ପାଇଁ ବିଜେପିର ଦାବି

ଝାରସୁଗୁଡା,ଏନ୍ଏନ୍ଏସ୍: ବିଭିନ୍ନ କଳକାରଖାନାରୁ ନିର୍ଗତ ହେଉଥିବା ପାଉଁଶକୁ ଖାସ ଜମି ପୋତିବା ବାହାନାରେ ଏଣେତେଣେ ପକାଯାଉଥିବା ଜିଲ୍ଲା ବିଜେପି ପକ୍ଷରୁ ଅଭିଯୋଗ କରାଯାଇଛି। ଫଳରେ ଜିଲ୍ଲାରେ ପ୍ରଦୂଷଣ ବୃଦ୍ଧି ପାଉଛି ଏବଂ ଚାଷ ଜମି ନଷ୍ଟ ହୋଉଛି ବୋଲି ବିଜେପି ପକ୍ଷରୁ କୁହାଯାଇଛି। ତେଣୁ ଏହାଉପରେ ରୋକ ଲଗାଯାଉ ବୋଲି ଜିଲ୍ଲା ବିଜେପି ପକ୍ଷରୁ ଦାବି କରାଯାଇ ଆଜି ମନମୋହନ ସ୍କୁଲ ପଡିଆରୁ ଜିଲ୍ଲା ପ୍ରଦୂଷଣ ବୋର୍ଡ ଅଫିସ ପର୍ଯ୍ୟନ୍ତ ରାଲି କରାଯାଇଛି। ଏନେଇ ଏକ ସ୍ମାରକପତ୍ର ମଧ୍ୟ ପ୍ରଦାନ କରାଯାଇଛି।  ଏଥିରେ ଦିନେଶ ଜୈନ, ଦିନେଶ ଉପାଧ୍ୟାୟ, ରାଜା ବୈଦେ, ଗୋପାଲ ପଟେଲ, ନିଳାମ୍ବର ଦଣ୍ଡସେନା, ରାଜେଶ ଦାସ, ଉମେଶ ଗୁପ୍ତା, ବିକାଶ ଗୁରୁଙ୍ଗ, ସବିତା ପ୍ରଧାନ, ରେଜେଶ୍ୱରୀ ନାଏକ ପ୍ରମୁଖଙ୍କ ସହ ବିଜେପି କାର୍ଯ୍ୟକର୍ତ୍ତାମାନେ ଉପସ୍ଥିତ ଥିଲେ।