ଝାରସୁଗୁଡ଼ାରୁ ପୁଣି ୫୪ କରୋନା ପଜିଟିଭ ଚିହ୍ନଟ : ସଂଖ୍ୟା ୫,୬୦୪କୁ ବୃଦ୍ଧି

ଝାରସୁଗୁଡ଼ା,ଏନ୍ଏନ୍ଏସ୍ : ଝାରସୁଗୁଡ଼ା ଜିଲ୍ଲାରେ ପୁଣି ୫୪ ଜଣ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରେ ବ୍ରଜରାଜନଗର ପୌରପରିଷଦ ଅଞ୍ଚଳରୁ ୧୯ଜଣ, ଝାରସୁଗୁଡ଼ା ପୌରପରିଷଦ ଅଞ୍ଚଳରୁ ୧୫ଜଣ, କୋଲାବିରା ବ୍ଲକ, ବେଲପାହାଡ଼ ପୌରପରିଷଦ ଅଞ୍ଚଳ ଓ ଝାରସୁଗୁଡ଼ା ବ୍ଲକରୁ ୨ଜଣ, ଲଖନପୁର ବ୍ଲକ ଅଞ୍ଚଳରୁ ୩ଜଣ, ଲଇକେରା ବ୍ଲକରୁ ୬ ଜଣ ଓ କିର୍ମିରା ବ୍ଲକରୁ ଜଣେ ରହିଛନ୍ତି। ଏହି ଆକ୍ରାନ୍ତମାନେ ପୂର୍ବ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସି ଗୃହ ସଙ୍ଗରୋଧରେ ଥିବାବେଳେ ପଜିଟିଭ ଚିହ୍ନଟ ହୋଇଥିବା ଜଣାପଡ଼ିଛି। ସେହିପରି ଜିଲ୍ଲାର ଆଉ ୪ଜଣ ଆକ୍ରାନ୍ତ ବାହର ଜିଲ୍ଲାର ହସ୍ପିଟାଲରେ ପଜିଟିଭ ଚିହ୍ନଟ ହୋଇଥିବା ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ମିଳିଛି।

ସୂଚନାଯୋଗ୍ୟ, ଜିଲ୍ଲାରେ ବର୍ତ୍ତମାନ ସୁଦ୍ଧା ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୫,୬୦୪ ହୋଇଥିବାବେଳେ ୫,୦୬୩ ଜଣ ସୁସ୍ଥ ହୋଇଛନ୍ତି ଓ ୫୩୭ ଜଣଙ୍କ ଚିକିତ୍ସା ଜାରି ରହିଛି।