ଡକାୟତି ଉଦ୍ୟମ ବେଳେ ୫ ଗିରଫ

ଝାରସୁଗୁଡ଼ା,ଏନ୍ଏନ୍ଏସ୍: ଝାରସୁଗଡ଼ା ପୁଲିସ ଏକ ବଡ଼ ଧରଣର ଡକାୟତି ରୋକିବାରେ ସଫଳ ହୋଇଛି। ଏହାସହ ଡକାୟତି ଉଦ୍ୟମ କରୁଥିବା ୫ଜଣ ଦୁର୍ବୁତ୍ତକୁ ଗିରଫ କରି ସେମାନଙ୍କ ନିକଟରୁ ୨ଟି ଦେଶୀ ବନ୍ଧୁକ, ୫ଟି ଜୀବନ୍ତ ଗୁଳି, ଭୁଜାଲି ଓ ୫ଟି ମୋବାଇଲ ଫୋନ୍ ଜବତ କରିଛି। ଗିରଫ ଅଭିଯୁକ୍ତମାନେରୋହିତ ସିଂ, ପିଣ୍ଟୁ ସୁନ, ଅର୍ଜୁନ ସାହୁ, ନିଖିଲ ସିଂ ଓ ରୋହିତ ମିଶ୍ର ବୋଲି ଝାରସୁଗୁଡ଼ା ଟାଉନ ଥାନାଧିକାରୀ ସାବିତ୍ରୀ ବଳ ସୂଚନା ଦେଇଛନ୍ତି।

ସୂଚନାନୁସାରେ, ବୁଧବାର ରାତିରେ ମାଲିମୁଣ୍ଡାସ୍ଥିତ ଏରୋଡ୍ରାମ ପଡ଼ିିଆ ନିକଟରେ ଏକ ବଡ଼ ଧରଣର ଡକାୟତି କରିବା ପାଇଁ ଏହି ଦୁର୍ବୁତମାନେ ଏକାଠି ହୋଇଥିଲେ। ସେମାନେ ଡକାୟତିର ଯୋଜନା କରୁଥିବା ବିଷୟରେ ପୁଲିସକୁ ବିଶ୍ୱସ୍ତ ସୂତ୍ରରୁ ଖବର ମିଳିଥିଲା। ପରେ ପୁଲିସ ଏକ ସ୍ୱତନ୍ତ୍ର ଦଳ ସହ ଅତର୍କିତ ଭାବରେ ଚଢ଼ଉ କରି ଅଭିଯୁକ୍ତଙ୍କୁ ଗିରଫ କରିବା ସହ ଏକ ମାମଲା ରୁଜୁ କରି କୋର୍ଟ ଚାଲାଣ କରିଛି।